ଭାରତ

ଅସାବଧାନତା ହେତୁ ମଝି ନଈରେ ବୁଡିଗଲା ଡଙ୍ଗା ; ୭ ଜଣ ଯାତ୍ରୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : ମଝି ନଈରେ ବୁଡିଗଲା ଡଙ୍ଗା। ଏ ଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗାଜିପୁରରେ। ଏଥିରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।ଏନ୍‌ଡିଆର୍‌ଏଫ୍‌ ଟିମ୍‌ ୫ ଜଣଙ୍କ ମୃତଦେହ ନଈରୁ ଉଦ୍ଧାର କରିଛି। ସୂଚନାନୁସାରେ , ଗତକାଲି ସନ୍ଧ୍ୟା ସମୟରେ ଏହି ନଈରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଡଙ୍ଗାରେ ଥିବା ୧୭ ଜଣ ଯାତ୍ରୀ ପାଣିରେ ବୁଡ଼ି ଯାଇଥିଲେ। ଡଙ୍ଗା ନଈ ମଝିରେ ଥିବାବେଳେ ହଠାତ୍‌ ଏକ ସାପ କେଉଁଆଡ଼ୁ ପହଁରି ଆସିଥିଲା।

ସାପକୁ ଦେଖି ଡଙ୍ଗାରେ ଥିବା ଯାତ୍ରୀମାନେ ଏତେ ଭୟଭୀତ ହୋଇ ପଡ଼ିଥିଲେ ଯେ ଡଙ୍ଗା ଦୋହଲିବାକୁ ଲାଗିଥିଲା। ଶେଷରେ ଏହା ଭାରସାମ୍ୟ ହରାଇ ସେହିଠାରେ ହିଁ ବୁଡି ଯାଇଥିଲା। ବୁଡ଼ି ଯାଇଥିବା ୧୭ ଜଣଙ୍କ ମଧ୍ୟରୁ ସେହି ସମୟରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସାପ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା।

Related posts

ଚନ୍ଦ୍ରଯାନ-୩; କାଉଣ୍ଟ ଡାଉନ ଆରମ୍ଭ 

mahabharatanews

ଆଜିଠୁ ସଂସଦର ଶୀତ ଅଧିବେଶନ, ହେବ ୧୫ଟି ବୈଠକ

mahabharatanews

୧୩ରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ !

mahabharatanews