ଓଡିଶା

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମିକୁ ଦେଶର ଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ପୁରସ୍କାର ପାଇଲେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମି । ବିପିଏସ୍‌ପିଏକୁ ଏହି ସମ୍ବର୍ଦ୍ଧନା ମିଳିଛି | ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି  ।

ସୂଚନା ମୁତାବକ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମି ୨୦୨୦-୨୦୨୧ ବର୍ଷ ପାଇଁ ଗେଜେଟେଡ୍ ଅଫିସର୍ ବର୍ଗ ପାଇଁ ସମସ୍ତ ରାଜ୍ୟ ମଧ୍ୟରେ ସର୍ବଶ୍ରେଷ୍ଠ ପୋଲିସ୍ ତାଲିମ କେନ୍ଦ୍ର ଭାବରେ ବିବେଚିତ ହୋଇଥିଲା। ପ୍ରଶିକ୍ଷଣ ସୁବିଧା, ପଦ୍ଧତି, ପ୍ରଶିକ୍ଷକଙ୍କ ଦକ୍ଷତା, ଅଧ୍ୟାପକ ଓ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଆଦି ସମସ୍ତ ଦିଗକୁ ବିଚାର କରିବା ପରେ ବିପିଏସ୍‌ପିଏକୁ ଏହି ଶ୍ରେଷ୍ଠ ମାନ୍ୟତା ମିଳିଛି। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ବିପିଏସ୍‌ପିଏର ଅତିରିକ୍ତ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ପ୍ରଦାନ କରିଛନ୍ତି।

Related posts

ପିଚୁ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

mahabharatanews

ଘନ କୁହୁଡ଼ି, ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁଚ

mahabharatanews

୨୦୨୦-୨୦୨୧ରେ ସରକାରଙ୍କ ରାଜସ୍ୱ ପ୍ରାପ୍ତି ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ

mahabharatanews