ଓଡିଶାଦୁର୍ଘଟଣା

ଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତର

(ଅଜିତ କୁମାର ସାହୁ /ଜଳେଶ୍ଵର): 60 ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଜୁଣ ବଳଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଳେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଡମ୍ପରଟି, ଯୁଣବଳଦା ନିକଟେ ଛିଡା ହୋଇଥିବା ଏକ ପାନପତ୍ର ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଡମ୍ପର ଡ୍ରାଇଭର  ଗୁରୁତର ଆହତ ହୋଇଥିବା ବେଳ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ମାଧ୍ୟମରେ  ବସ୍ତା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଜଳେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଇଥିବା ଜାତୀୟ ରାଜପଥ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ବସ୍ତା ଥାନା, ଅମର୍ଦ୍ଦାରୋଡ଼ ଫାଣ୍ଡି ପୋଲିସ ଓ ଜାତୀୟ ରାଜପଥ ପେଟ୍ରୋଲିଂ କର୍ମଚାରୀ ପହଞ୍ଚି ପରିସ୍ଥିତି ସ୍ବଭାବିକ କରାଇଥିଲେ।  ଜାତୀୟ ରାଜପଥ  ରିକଭରି ଭ୍ୟାନ ପହଂଚି ଉଭୟ ଗାଡିକୁ ଥାନାକୁ ନେଇଥିବା ଜଣା ଯାଇଛି।

Related posts

ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ

mahabharatanews

ବାଇକ ସହ କୋଇଲା ଗାଡି ଦୁର୍ଘଟଣା, ବାଇକ ଆରୋହି ଗୁରୁତ୍ୱର

mahabharatanews

ରଥଯାତ୍ରା ପାଇଁ ୨ ଦିନ ଛୁଟି

mahabharatanews