ଓଡିଶା

ଯୁବକଙ୍କ ମୃତ୍ୟୁ ରହସ୍ୟ ଘେରରେ

ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :କଟକ ଜିଲ୍ଲା ମାହାଙ୍ଗା ଥାନା ଛାତ୍ରାତୋଟା ବଜାର ସ୍ଥିତ ବନ୍ଦ ଥିବା ଫାଷ୍ଟ ଫୂଡ଼ ଦୋକାନ ଭିତରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର। ଦୋକାନ ଘର ର କବାଟ ଭିତର ପଟୁ ବନ୍ଦ ଥିବାରୁ ଘଟଣା ସମ୍ପର୍କରେ ମାହାଙ୍ଗା ପୋଲିସକୁ ମୃତକଙ୍କ ପିତା ପର୍ଶୁରାମପୁର ଗାଁ ର କୁଳମଣି ବେହେରା ସୂଚନା ଦେବାସହ କେଉଁ କାରଣ ପାଇଁ ତାଙ୍କ ପୁଅ ର ମୃତ୍ୟ ଘଟିଲା ତାହାର ତଦନ୍ତ ଦାବି କରିଛନ୍ତି। ମୃତକ ପ୍ରଶାନ୍ତ ବେହେରା ବୟସ ୨୭ , ପ୍ରତିଦିନ ଭଳି ସାନଭାଇ କରିଥିବା ଫାଷ୍ଟଫୁଡ଼ ଦୋକାନକୁ ରାତିରେ ଆସି ଜଗି ଶୋଇ ଥାଆନ୍ତି। ତେବେ ଗତକାଲି ରାତିରେ ଆସି ଦୋକାନ ରେ ଶୋଇଥିବା ବେଳେ ଆଜି ଦିନ ୯ ଟା ଯାଏଁ ଦୋକାନ କବାଟ ନଖୋଲା ଯିବାରୁ ସଂଦେହ ସୃଷ୍ଟି ହୋଇଥିଲା। ତେଣୁ ପ୍ରଶାନ୍ତ ଘରକୁ ନଫେରିବାରୁ ତାଙ୍କ ବାପା ଦୋକାନକୁ ଆସି ଦୋକାନ ର ପଛପଟୁ ଝଞ୍ଜିର ତାଡ଼ି ବାପା ପୁତ୍ର ଖଟ ଉପରର ଶୋଇବା ଅବସ୍ଥାରେ ମରି ପଡିଥିବା ଦେଖିବାକୁ ପାଇ ପୁଲିସ କୁ ଲିଖିତ ଅଭିଯୋଗ କରିଛନ୍ତି।ପରେ ମାହାଙ୍ଗା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts

ଜିଲ୍ଲା ସ୍ତରୀୟ ପିଏମ୍ କିଷାନ ଉତ୍ସବ

mahabharatanews

ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ

mahabharatanews

ଇନ୍ଦ୍ରଜିତ ସେନଗୁପ୍ତଙ୍କ ହୃଦଘାତରେ ଦେହାନ୍ତ

mahabharatanews