ଭାରତ

୨୦୨୨ରେ ଡଲାର ପରିମାଣ ୯ ପ୍ରତିଶତ ହ୍ରାସ ପାଇଛି

ଭାରତ/ ଭାରତଠାରୁ ଆରମ୍ଭ କରି ଚେକ୍ ଗଣତନ୍ତ୍ର ପର୍ୟ୍ୟନ୍ତ ବିଶ୍ବର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ନିଜ ନିଜ ମୁଦ୍ରାର ବିନିମୟ ମୂଲ୍ୟରେ ସ୍ଥିରତା ବଜାର ରଖିବା ଲାଗି ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଏଥିପାଇଁ ସେମାନେ ବଜାରକୁ ଡଲାର ଛାଡ଼ୁଛନ୍ତି। ଫଳରେ ବିଶ୍ବରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମୁଦ୍ରା ଭଣ୍ଡାର ଗୁଡ଼ିକରେ ପାଖାପାଖି ୧ ଟ୍ରିଲିଅନ (୧ ଲକ୍ଷ କୋଟି) ଡଲାର ବା ୭.୮ ପ୍ରତିଶତ ହ୍ରାସ ପାଇ ୧୨ ଟ୍ରିଲିଅନ ଡଲାର ରହିଛି। ବ୍ଲୁମବର୍ଗ ଏହି ତଥ୍ୟ ୨୦୦୩ ମସିହାରୁ ରଖି ଆସୁଛି। ସେବେଠାରୁ ଏତେମାତ୍ରାରେ ହ୍ରାସ ଅନ୍ୟ କୌଣସି ବର୍ଷ ଦେଖିବାକୁ ମିଳି ନଥିଲା। ଅବଶ୍ୟ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସର ଅନ୍ୟ ଏକ କାରଣ ହେଲା ଡଲାର ତୁଳନାରେ ବିଭିନ୍ନ ଦେଶର ମୂଲ୍ୟ ହ୍ରାସ। ୟୁରୋ ଏବଂ ୟେନ ଭଳି ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ୨ ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ନଜର ପକାଇଲେ ଜଣାପଡ଼େ ଚଳିତବର୍ଷ ଏଥିରେ ୯୬ ବିଲିଅନ ଡଲାର ହ୍ରାସ ଘଟି ୫୩୮ ବିଲିଅନ ଡଲାର ରହିଛି। ଚଳିତବର୍ଷ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ପାଖାପାଖି ୯ ପ୍ରତିଶତ ହ୍ରାସ ଘଟିଛି। ତେବେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୨୦୧୭ ମସିହା ତୁଳନାରେ ୪୯ ପ୍ରତିଶତ ଅଧିକ ରହିଛି।

Related posts

ପୂର୍ବତନ ବୈଦେଶିକ ମନ୍ତ୍ରୀ କେ.ନଟୱର ସିଂଙ୍କ ଦେହାନ୍ତ

mahabharatanews

ଆକ୍ସନ ମୋଡରେ ସୋନିଆ ଗାନ୍ଧି !

mahabharatanews

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ଫରହାନ ଅଖତର

mahabharatanews