ବିଶ୍ୱଭାରତ

ରୁଷ ସୈନ୍ୟଙ୍କୁ ଇରାନ ଦେଉଛି ଡ୍ରୋନ ତାଲିମ

ବ୍ୟୁରୋ:ରୁଷୁକୁ ପ୍ରତ୍ୟେକ୍ଷ ସମର୍ଥନ କରୁଛି ଇରାନ୍ । ଇରାନ ସାମରିକ ଅଧିକାରୀମାନେ ଯୁଦ୍ଧ କ୍ଷେତ୍ରରେ ରୁଷ ସୈନ୍ୟମାନଙ୍କୁ ଡ୍ରୋନ ପରିଚାଳନା ତାଲିମ ଦେଉଛନ୍ତି । ଅମେରିକୀୟ ଗୁଇନ୍ଦା ସଂସ୍ଥାର ସୁତ୍ର ଅନୁଯାୟୀ ଗଣମାଧମରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଇରାନ ତାଲିମଦାତାମାନେ ରୁଷ ର କ୍ରିମିଆଠାରେ ରହି ରୁଷ ସୈନ୍ୟଙ୍କୁ ଡ୍ରୋନ ଉଡାଣ ତାଲିମ ଦେଉଛନ୍ତି । ଇରାନର ସାହେଦ୍-୧୩୬ ଶକ୍ତିଶାଳୀ ଡ୍ରୋନ ରୁଷକୁ ଯୋଗାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି । ରୁଷକୁ କ୍ଷେପଣାସ୍ତ୍ର ଓ ଡ୍ରୋନ ଯୋଗାଇବା ପାଇଁ ଉପରାଷ୍ଟ୍ରପତି ମହମ୍ମଦ ମୁଖବୀରଙ୍କ ମସ୍କୋ ଗସ୍ତ କାଳରେ ନିଷ୍ପତି ନିଆଯାଇଥିଲା । ଇରାନ ସହ ରୁଷର ଏହି ଘନିଷ୍ଠ ସର୍ମ୍ପକକୁ ଆମେରିକା ଏକ ବଡ ବିପଦ ଭାବେ ବିବେଚନା କରିଛି.

Related posts

ଟ୍ରାଫିକ୍ ର ନୂଆ ନିୟମ : କାଗପତ୍ର ଓ ହେଲ୍‌ମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ

mahabharatanews

ମୋଦି ,ଶାହା ଏବଂ ଯୋଗୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର୍ 

mahabharatanews

ଭାରତୀୟ ବିଏସଏଫ୍ ହାତରେ ଲାଗିଲା ପାକିସ୍ତାନ ଡ୍ରୋନ

mahabharatanews