ଓଡିଶାପର୍ବ ପର୍ବାଣିଭାରତ

ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳି

ଭୁବନେଶ୍ୱର:ଆଜି ହେଉଛି ପବିତ୍ର ଦୀପାବଳି | ଆଜିର ଦିନରେ ହିନ୍ଦୁ ପରମ୍ପରାରେ ପ୍ରଭୁ ଶ୍ରୀରାମ ଲଙ୍କା ଜୟ କରି ଆଜି ଫେରିଥିଲେ । ସେଥିପାଇଁ ସମଗ୍ର ଅଯୋଧ୍ୟାବାସୀ ପ୍ରଦୀପ ପ୍ରଜଳ୍ୱନ କରି ଉତ୍ସାହ ଓ ଆନନ୍ଦ ମନାଇଥିଲେ । ୧୨ ବର୍ଷ ବନବାସ ଶେଷ କରି ସୀତା ମାତାଙ୍କୁ ସାଥିରେ ଘେନି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଯେଉଁଥିପାଇଁ ସମଗ୍ର ଅଯୋଧ୍ୟାପୁର ଏହି ଦିନକୁ ଆଲୋକରେ ଆଛାଦିତ କରିଥିଲେ । କାଳିମାର ଅନ୍ଧକାର ଦିନକୁ ପ୍ରତିହତ କରି ପ୍ରଭୁ ପୁରୁଷତ୍ତୋମ ଶ୍ରୀରାମ ଆଲୋକର ବିଜୟ ହାସଲ କରିଥିଲେ ।ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଧୁମଧାମରେ ପାଳନ ହେଉଛି ଉତ୍ସବ । ଦୀପାବଳି ପାଇଁ ଗାଁଠୁ ଆରମ୍ଭ କରି ସହର ବଜାର ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ସେପଟେ କାଳୀ ମାତାଙ୍କର ଆଜି ମଧ୍ୟ ପୂଜାର୍ଚ୍ଚନା । ତେଣୁ ହିନ୍ଦୁ ରିତିନିତୀରେ ବିଧି ବିଧାନର ସହ ଆଜିର ଦିନକୁ ପାଳନ କରାଯାଇଥାଏ ।ସଭିଙ୍କ ମନରେ ଉତ୍କଣ୍ଠା ଓ ଉଦ୍ଦୀପନା । ବିନା କୋଭିଡ କଟକଣାରେ ବାଣ ଫୁଟାଇବା ସହ ପ୍ରଦୀପ ପ୍ରଜଳ୍ୱନ କରିବେ ଦେଶବାସୀ । ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଆଜିର ଦିନ ।ସେପଟେ ଭୁବନେଶ୍ବର ଓ କଟକରେ ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି ।

Related posts

ଆଜି ଶପଥ ଗ୍ରହଣ କରିବେ ରେୱନ୍ତ ରେଡ୍ଡୀ

mahabharatanews

୨ହଜାର ନୋଟ୍‌ ପ୍ରତ୍ୟାହାର ‘ବିଲିୟନ୍‌ ଡଲାର୍‌ ଧୋକା’: ମମତା ବାନାର୍ଜୀ

mahabharatanews

୩ ନୂଆ ଅପରାଧିକ ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଂଜୁରୀ

mahabharatanews