ଓଡିଶାରାଜନୀତି

ଧାମନଗରରେ କମ୍ପୁଛି ପ୍ରଚାର ମଇଦାନ

ବ୍ୟୁରୋ:ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ସମୟ ଯେତିକି ପାଖୋଉଛି ପ୍ରଚାର ସେତେ ସରଗରମ ହେଉଛି । ସେହିଭଳି ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱନି ବୈଷ୍ଣବ ,ବିଶ୍ୱେଶ୍ୱର ଟୁଡୁ । ତେବେ ୨୭ ଓ ୨୮ ତାରିଖରେ ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ସେପଟେ ବିଜେଡି ପକ୍ଷରୁ ବହୁ ହେବିୱେଟ ନେତା ଧାମନଗରରେ ପ୍ରଚାର ମଙ୍ଗ ଧରିଛନ୍ତି । ଆସନ୍ତାକାଲି ବି ବିଜେଡି ତାର ୬ ୬ ଟି ବିଧାୟକଙ୍କୁ ନେଇ ପ୍ରଚାରକୁ ସରଗରମ କରେଇବ । ସେହିଭଳି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣନଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ସମେତ ପୂର୍ବତନ ୩ ପିସିସି ସଭାପତି ଏହି ପ୍ରଚାରରେ ଯୋଗଦେବେ ।

Related posts

ଜୁନ ପରେ ଜୁଲାଇରେ ନିଅଣ୍ଟିଆ ବର୍ଷା,ଚିନ୍ତାରେ ଚାଷୀ 

mahabharatanews

ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା : ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

mahabharatanews

ଆରଟିଆଇ କର୍ମୀଙ୍କୁ ସୂଚନା ନ ଦେଇ ଜରିମାନା ଗଣିବେ ଏସପି ନୀତି ଶେଖର

mahabharatanews