ଓଡିଶା

ହିଜିଂଳିକାଟୁ ବ୍ଲକ ଗସ୍ତରେ କୃଷି ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ

ଗଞ୍ଜାମ / ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ଅନ୍ତର୍ଗତ ରାଳବ ପଞ୍ଚାୟତ କୁ କୃଷି ବିଭାଗ ନିର୍ଦ୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ ଦିନିକିଆ ଗସ୍ତରେ ଆସିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷିକାର୍ଯ୍ୟକୁ ଆଗେଇ ନେବାପାଇଁ କୃଷି ଅଧିକାରୀମାନଙ୍କୁ ଅଧିକ ତତ୍ପରତା ପ୍ରକାଶ କରିବାକୁ ପଡ଼ିବ ବୋଲି କହିଥିଲେ । ସମସ୍ତ ନୋଡାଲ ଅଧିକାରୀଙ୍କୁ ସମସ୍ତ ଗ୍ରାମ ପରିଦର୍ଶନ କରି ତୃଣମୂଳ ସ୍ତରରେ ଚାଷ କାର୍ଯ୍ୟରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଯୋଗାଣକୁ ନିଶ୍ଚିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରି ଚାଷୀମାନଙ୍କୁ ସିଧାସଳଖ ସୂଚନା ପ୍ରଦାନ ଓ ପରାମର୍ଶ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରତି ପଂଚାୟତରେ ହ୍ୱାଟ୍ସ୍ଆପ୍ ଗ୍ରୁପ ଗଠନ କରି ଏଥିରେ ଅଧିକରୁ ଅଧିକ ଚାଷୀମାନଙ୍କୁ ସାମିଲ କରିବା ପାଇଁ କୃଷି ବିଭାଗ ନିର୍ଦେଶକ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ବ୍ଲକ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ଓଡ଼ିଶା (ମାର୍କ ଫେଡ) କୃଷି ବିଭାଗ ର ଉପଦେଷ୍ଟା ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ , ହିଞ୍ଜିଳି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା ,୬୮ ଜୋନର ଜିଲ୍ଲା ପରିଷଦ ତଥା ହିଞ୍ଜଳି ବ୍ଲକର FAC ଅଧକ୍ଷ A ସୁଦର୍ଶନ , ରାଳବ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର, ରାଳବ ପଞ୍ଚାୟତର ସେଲ୍ଫ ହେଲ୍ପ ଗ୍ରୁପର ବହୁତ ମହିଳା ମାନେ କୃଷି ବିଭାଗ ର ଅଫିସର ବୃନ୍ଦ, ହିଞ୍ଜିଳି ବ୍ଲକର କୃଷକ ସାଥି ଏବଂ ରାଳବ ପଞ୍ଚାୟତର ବହୁତ ଲୋକ ମାନେ ଉପସ୍ଥିତ ରହି ସମର୍ଦ୍ଧନା ଜଣାଇଥିଲେ ।

Related posts

ରୂପା ମିଶ୍ର ଯିବେ କେନ୍ଦ୍ରୀୟ ଡେପୁଟେସନ

mahabharatanews

କଡା ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିର 

mahabharatanews

୨୦ରୁ ରାଜଧାନୀରେ ମିଳିବନି କଞ୍ଚା ପରିବା

mahabharatanews