ଓଡିଶା

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

ଭୁବନେଶ୍ବର: କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ | ବିଧାୟିକା କୁସୁମ ଟେଟେଙ୍କ ଅଣ ତାରକା ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିଙ୍କ ଉତ୍ତର ଆନ୍ଧ୍ର ଦ୍ଵାରା ୨୦୨୧ରୁ ଭତ୍ତା କିମ୍ବା ରାସନ୍ ବଣ୍ଟନକି ରାସ୍ତା ନିର୍ମାଣ ସମ୍ପର୍କିତ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି | ବିଧାନସଭାରେ ପ୍ରଶ୍ନ କରିଥିଲେ କୁସୁମ ଟେଟେ ଆନ୍ଦ୍ର ସରକାରଙ୍କ ଅଧିକାରି ମାନେ 2021 ମସିହାରେ କେତେଥର କୋଟିଆରେ ଅନୁପ୍ରବେଶ କରିବା ସହିତ ଏଠାରେ ଭତ୍ତା ଓ ରାସନ ଆଦି ବଣ୍ଟନ କରିଛନ୍ତି | ଆନ୍ଦ୍ରର ଅଧିକାରୀ ମାନେ କୋଟିଆରେ ରାସ୍ତା ନିର୍ମାଣ କରୁଥିବା ସରକାରଙ୍କ ନଜରକୁ ଆସିଛି କି ତେବେ ଉତ୍ତରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍କିକ କହିଛନ୍ତି ଜିଲ୍ଲା ପ୍ରଶାସନ ପାଖରେ କୌଣସି ତଥ୍ୟ ଉପଲବ୍ଧ ନାହିଁ | ଏଥିସହ ଆନ୍ଦ୍ର ସରକାରଙ୍କ ତରଫରୁ କୌଣସି ରାସ୍ତା ନିର୍ମାଣ କରାଯାଇ ନାହିଁ |

Related posts

ଆଜି ୨୪ ଘଣ୍ଟାରେ ୮୩,୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୯୬ ମୃତ

mahabharatanews

ବେଆଇନ ଭାବେ ଟଲରରେ ମାଛ ଧରୁଥିବାରୁ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି

mahabharatanews

ପାର୍ବଣ ଋତୁ ପୂର୍ବରୁ କମିଲା ସୁନା ଦର 

mahabharatanews