ଓଡିଶା

ବଜ୍ରପାତରେ ୯ ରୁ ଉର୍ଦ୍ଧ ଆହାତ ଜଣେ ଗୁରୁତର

ଗଞ୍ଜାମ /ଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଥାନା ବୋରସିଗିଂ ଗ୍ରାମରେ ଆଜି ଅପରାହ୍ନରେ ହୋଇଥିବା ବଜ୍ରପାତ ରେ ୯ ରୁ ଉର୍ଦ୍ଧ ଆହାତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।  ଗ୍ରାମର ଖଜୁରୀ ବନ୍ଧ ରେ ଚାଲିଥିବା ଦଣ୍ଡନାଚର ପାଣିଦଣ୍ଡ ବେଳେ ବଜ୍ରପାତ ହୋଇଥିଲା । ଫଳରେ ପାଣିଦଣ୍ଡ ରେ ଭାଗନେଇଥିବା ୩ ଦଣ୍ଡୁଆ ଙ୍କ ସମେତ ୬ ରୁ ଉର୍ଦ୍ଧ ଗ୍ରାମବାସୀ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଆସିକା ମେଡ଼ିକାଲରେ ଭର୍ତି କରାଯାଇଛି । ଆଜି ଗ୍ରାମରେ କନିଆରୀ ପାର୍ଟି ର ଦଣ୍ଡନାଚ ହେଉଥିଲା ।

Related posts

 ଆରମ୍ଭ ହେଲା ପୁରୀରୁ ହାଓଡ଼ା ସ୍ବତନ୍ତ୍ର ଟ୍ରେନ୍

mahabharatanews

ଟଙ୍କା ମାଗିବାରୁ ସ୍ତ୍ରୀକୁ ସ୍ୱାମୀଙ୍କ ମରଣାନ୍ତକ ଆକ୍ରମଣ

mahabharatanews

ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ୍ୟୁ 

mahabharatanews