ଓଡିଶା

ଆୟକର ବିଭାଗ ପକ୍ଷରୁ କ୍ରସର ୟୁନିଟ ଉପରେ ଚଢ଼ଉ

ଯାଜପୁର /ସୌମ୍ୟ ପଣ୍ଡା -ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଞ୍ଚଳରେ ଆୟକର ବିଭଗ ପକ୍ଷରୁ ଚଢ଼ଉ ଜାରି ରହିଛି । ଏହି ତହସିଲ ଅନ୍ତର୍ଗତ ବିଛାଖଣ୍ଡି, ରାହାଡ଼ପୁର, ଚଡେଇଧରା ଓ ଡଂକାରୀ ଆଦି ସ୍ଥାନରେ ଥିବ ବିଭିନ୍ନ କ୍ରାସର ୟୁନିଟ ଓ ଏକ ପେଟ୍ରୋଲ ପମ୍ପରେ ଆୟକର ବିଭାଗ ପକ୍ଷରୁ ସୋମବାର ଠାରୁ ଚଢ଼ଉ କରାଯାଉଛି । ତେବେ ଏହି ଚଢ଼ଉରେ କେତେ କଣ ଜବତ ହୋଇଛି ତାହା ବିଭାଗୀୟ ଅଧିକାରୀମାନେ କୌଣସି ସୂଚନା ଦେଉ ନାହାନ୍ତି । ଚଡେଇଧରା ସ୍ଥିତ ମୁଦୁଲି କ୍ରସର ଓ ମୁଦୁଲି ଷ୍ଟୋନ କ୍ରସରରେ ଚଡାଉ ହେଉଥିବା ବେଳେ ରାହାଡ଼ପୁରସ୍ଥିତ ଉତକଲ ହାଇୟେସ, ବିଜରଙ୍ଗୀ କ୍ରସର, ଡଂକାରୀସ୍ଥିତ ଅମିତ ଷ୍ଟୋନ କ୍ରସର, ବିଛାଖଣ୍ଡି ସ୍ଥିତ ଏସେନ କ୍ରସରରେ ଏକ ସାଙ୍ଗରେ ଚଢ଼ଉ ହେଉଛି । ତେବେ ସୋମବାର ଠାରୁ ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଏହି ଚଡାଉ ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ଚାଲିବା ନେଇ ସୂଚନା ମିଳିଛି ।

Related posts

ରାମସାଗର ପରିଦର୍ଶନ କରି ତିନୋଟି ବୃହତ ଜଳାଶୟର ପୁନରୁଉଦ୍ଧାର କଲେ ବିଧାୟକ…

mahabharatanews

ଅଞ୍ଜନାଙ୍କୁ ମୋବାଇଲ ଉପହାର ଦେଲେ ୫ଟି ସଚିବ

mahabharatanews

ଟାଣି ନେଇଥିଲା କୁମ୍ଭୀର, ମିଳିଲା ମହିଳାଙ୍କ ମୃତଦେହ

mahabharatanews