ଓଡିଶା

ବେଦାନ୍ତ ଫେକରରେ ପୁଣି ଅଘଟଣ : ନିଆଁରେ ପୋଡ଼ିଗଲେ ୨ ଶ୍ରମିକ

ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାନ୍ଦିଆ ଠାରେ ବେଦାନ୍ତ ଫେକରରେ ଆଜି ପୁଣି ଅଘଟଣ ଘଟିଛି। ବେଦାନ୍ତ ଫେକରରେ ନିଆଁ ଲାଗି ଦୁଇ କର୍ମଚାରୀ ଗୁରୁତର ହୋଇପଡିଛନ୍ତି | ଗୁରୁତର ଅବସ୍ଥାରେ ପ୍ରଥମେ ଦୁହିଁଙ୍କୁ ଭଦ୍ରକ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି | ତେବେ ମାସକ ପରେ ଆଜି ମଧ୍ୟ ସେଇ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଯେଉଁଥିପାଇଁ ଘଟଣାସ୍ଥଳରେ ଲାଗିରହିଛି ଉତେଜନା |

ସୂଚନା ଅନୁସାରେ ଅନ୍ୟ ଦିନ ଭଳି ଆଜି ମଧ୍ୟ ବେଦାନ୍ତ ଫେକର କାରାଖାନାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ କୋରଣ୍ଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସୂତାର ଓ ରନ୍ଦିଆର ବିଜୟ ବେହେରାଙ୍କ ଉ‌ପରେ ନିଆଁ ଝୁଲ ପଡ଼ିଯାଇଥିଲା। ଦୁଇ ଗୁରୁତର ଶ୍ରମିକଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ପରେ ସେମାନଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଫେକର ବେଦାନ୍ତରେ ବାରବାର ଶ୍ରମିକମାନଙ୍କ ଉପରେ ଏଭଳି ଅଘଟଣ ଘଟୁ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ପ୍ରକାଶ ପାଇଛି। ରିପୋର୍ଟ ଲେଖାଯିବା ବେଳକୁ ଏହି ଅଘଟଣ ନେଇ କଂପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇପାରି ନାହିଁ।

Related posts

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

mahabharatanews

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ ଚାଲାଣ

mahabharatanews

ଏନଟିପିସି, କଣିହାଁ ପ୍ରକଳ୍ପ ୩ୟ ଥର ବିଦ୍ୟୁତ୍ ଉତ୍ପାଦନରେ କଲା ରେକଡ୍

mahabharatanews