ଭାରତରାଜନୀତି

ଆସନ୍ତା ୪ତାରିଖରେ ଭାରତ ଆସିବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ

ନୂଆଦିଲ୍ଲୀ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀ ଆସନ୍ତା ମାସ ୪ ଓ ୫ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବେ ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନକୁ ଆସିବା ପରେ କୌଣସି ପାକିସ୍ତାନୀ ନେତା ଭାରତ ଆସିନାହାନ୍ତି ଏହା ତାଙ୍କର ପ୍ରଥମ ଭାରତ ଗସ୍ତ । ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିଲେ । ଶେଷ ଥର ପାଇଁ ୨୦୧୧ ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବ୍ବାନି ଖାର ଭାରତ ଗସ୍ତରେ ଆସିଥିଲେ। ସେତେବେଳେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର ଥିଲା ।

 

 

Related posts

ତମ୍ବାଖୁ ବର୍ଜନ ଦିବସ ; କ୍ୟାନସରରେ ଯାଉଛି ହଜାର ହଜାର ଜୀବନ

mahabharatanews

ବେଙ୍ଗଲ SIRରେ ଭୋଟର ତାଲିକାରୁ ନାମ ବାଦ ପଡିଲା 91 ଲକ୍ଷ ନାମ

mahabharatanews

ପାତାଲକୋର୍ଟ ଏକ୍ସପ୍ରେସ କୋଚରେ ନିଆଁ 

mahabharatanews