ଓଡିଶାଦୁର୍ଘଟଣା

ଚଳନ୍ତା ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତର

କେନ୍ଦୁଝର / ପରେଶ କୁମାର ସେଠି: ଖୋର୍ଦ୍ଧା କେନ୍ଦୁଝର ଯାତ୍ରୀବାହୀ ଟ୍ରେନରୁ ପଡ଼ି ଯୁବକ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ଯାତ୍ରୀବାହୀ ଟ୍ରେନଟି କେନ୍ଦୁଝର ଅଭିମୁଖେ ଫେରୁଥିବା ସମୟରେ କୌଣସି କାରଣରୁ ମଞ୍ଚେସ୍ବର ଷ୍ଟେସନ ନିକଟରେ ଯୁବକ ଜଣଙ୍କ ଚଳନ୍ତା ଟ୍ରେନରୁ ଅଚାନକ ଖସିପଡିଥିଲେ । ଘଟଣାକୁ ନେଇ ଟ୍ରେନଟି ଘଟଣାସ୍ଥଳରେ କିଛି ସମୟ ଅଟକି ରହିଥିବା ବେଳେ ଯୁବକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଯୁବକଙ୍କ ପରିଚୟ ମିଳିନଥିବା ବେଳେ କେଉଁ କାରଣରୁ ଅଚାନକ ଚଳନ୍ତା ଟ୍ରେନରୁ ଖସିପଡ଼ିଲେ ତାହାର କାରଣ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଯୁବକ ଜଣଙ୍କ ସୁସ୍ଥ ଥିବା ଜଣାପଡ଼ିଛି ।

Related posts

‘ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ସେବା’: ଶକ୍ତି ମନ୍ତ୍ରୀ

mahabharatanews

ଜୁଲାଇ ୨୪ ତାରିଖରୁ +୩ ଫାଇନାଲ ସେମିଷ୍ଟର ପରୀକ୍ଷା

mahabharatanews

ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି

mahabharatanews