ଭାରତ

ଇ-ମେଲ୍ ଆଇଡିକୁ ମିଳିବ ବ୍ଲୁ ଟିକ୍

ନୂଆ ଦିଲ୍ଲୀ: ଏବେ ଇ-ମେଲ୍ ସେବା ଜି-ମେଲ ଆଇଡିକୁ ମିଳିବ ବ୍ଲୁ ଟିକ୍ । କେବଳ ଅସଲି ଆକାଉଣ୍ଟଗୁଡିକୁ ମିଳିବ ବ୍ଲୁ ଟିକ । ଯାହା ଫଳରେ ଅସଲି ଓ ନକଲି ଆକାଉଣ୍ଟଗୁଡିକ ସହଜରେ ଜଣାପଡିଯିବ । ଖୁବ ଶୀଘ୍ର ଗୁଗୁଲ ଏହି ସୁବିଧା ଦେବାକୁ ଯାଉଛି । କଂପାନି ଏହାର ଅଫିସିଆଲ ବ୍ଲଗ୍ ପୋଷ୍ଟ୍ରେ ଏହି ସୂଚନା ଦେଇଛି। ଏହି ସୁବିଧା ଦ୍ବାରା ବ୍ୟବହାରକାରୀମାନେ ସ୍ପାମ୍ ଇ-ମେଲ୍ଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ ଏବଂ ସେଗୁଡ଼ିକୁ ରୋକିପାରିବେ। ଏହା ଦ୍ବାରା ଜି-ମେଲ୍ ଉପରେ ବ୍ୟବହାରକାରୀଙ୍କ ବିଶ୍ବାସ ବଢ଼ିବ ଓ ସମସ୍ତଙ୍କ ପାଇଁ ଏକ ଉନ୍ନତ ଇ-ମେଲ୍ ବ୍ୟବସ୍ଥା ସୃଷ୍ଟି ହୋଇପାରିବ ବୋଲି ଗୁଗୁଲ୍ କହିଛି। ଏହି ପ୍ରକ୍ରିୟାକୁ ଜି- ମେଲ ୨୦୨୧ରେ ଆରମ୍ଭ କରିଥିବା ବେଳେ ତାର ବହୁ ପୂର୍ବରୁ ତାର ପରୀକ୍ଷଣ କରାଯାଇଥିଲା ଯାହାକୁ କମ୍ପାନି ବୁଧବାର ଠାରୁ ଆରମ୍ଭ କରିଚି ।

 

Related posts

ଶେଖ ହସିନାଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

mahabharatanews

ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ଆର ମାଧବଙ୍କ ପୁଅ ବେଦାନ୍ତ ମାଧବନ

mahabharatanews

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

mahabharatanews