ଭାରତ

୨୪ଘଣ୍ଟାରେ ଦେଶରୁ ୧ ୮୩୮ କରୋନା ସଂକ୍ରମିତ ଚିହ୍ନଟ 

(ଦିଲ୍ଲୀ) : ଏବେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦୀର୍ଘ ଦିନ ପରେ କରୋନା ସଂକ୍ରମଣରୁ ମିଳିଛି ଆଶ୍ୱସ୍ତି ।  ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।  ଗତ ୨୪ଘଣ୍ଟାରେ ସାରା ଦେଶରେ ମୋଟ ୧ ୮୩୮  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟନୁସାରେ,ଏଥି ସହିତ ୩୮୬୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୨୫୧୭୮ ରେ ପହଞ୍ଚିଛି । ଏହି ସମୟରେ ୧୧ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪୪୯, ୭୧୪୬୯ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪୪,୪୧୪୫୯୯  ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି ।

Related posts

ଅଲବିଦା ୨୦୦୦ ଟଙ୍କିଆ ନୋଟ 

mahabharatanews

କମିବ ନକଲି ଔଷଧ ବ୍ୟାପାର ;ଏଣିକି ଔଷଧରେ ରହିବ କ୍ୟୁଆର୍‌ କୋଡ୍‌

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୩୮୦ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews