ଓଡିଶା

ରଥଯାତ୍ରା ପ୍ରସ୍ତୁତି: ସରିଲା ୩ରଥର ଚକ ନିର୍ମାଣ କାର୍ଯ୍ୟ 

(ପୁରୀ) : ରଥଯାତ୍ରା ହେତୁ ଧୁମ ଧାମରେ ଚାଲିଛି ରଥକାମ । ରଥଖଳାରେ ତିନି ରଥର ୨ ଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଆଉ ୨ ଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି  । ସେହିପରି ମା’ଶୁଭଦ୍ରାଙ୍କର ରଥର ୪ଟି ନାହାକା ଚକରୁ ୨ଟି ନାହାକ ଚକ ନିର୍ମାଣ କର୍ଯ୍ୟ ଶେଷ ହୋଇଛି । ସେହିପରି ନନ୍ଦିଘୋଷ ରଥର ୨ଟି ନାହାକ ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ସୂଚନା ରହିଛି । ସେହିପରି ଚକର ଠେକ ତୁଲିଆ ବା ତୁମ୍ବର ଅଖ ବିନ୍ଧ ଖୋଳା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ସେ ଆଜି ୧୮୪ ଜଣ ସେବକ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସୂଚନାନୁଯାୟୀ ,ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ରହିଲା  । ଏଥି ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।  ଏଥିରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା, ସ୍ୱାସ୍ଥ୍ୟ, ରଥ ନିର୍ମାଣ ଭଳି ୨୧  ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଏହା ସହିତ ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମ ପାଇଁ ପୁରୀକୁ ୨୧୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଗୁଜରାଟର ଅହମଦାବାଦରୁ ୩୦୦୦  ମିଟର ରଥ କନା ଆସିଛି   ୨୦୦ କେଜି ଝୁଣା ମହଜୁଦ୍ ଅଛି ବୋଲି  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

Related posts

ଏହି କାରଣରୁ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍‌

mahabharatanews

ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରଦୀପ ଅମାତ

mahabharatanews

‘ସୁସ୍ଥ ଧରା କ୍ଷେତ ହରା’ ବାର୍ତ୍ତାରେ ମୃର୍ତ୍ତିକା କାର୍ଡ଼ ଦିବସ

mahabharatanews