ଓଡିଶା

ଲାଇନଚୁତ୍ୟ ହେଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ

(ବାଲେଶ୍ଵର) :  ଲାଇନ୍ ଚୁତ୍ୟ ହେଲା ଅପ୍ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଓଡ଼ିଶା ସୀମା ପଶ୍ଚିମବଙ୍ଗ ନେକୁରସିନି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଇଞ୍ଜିନକୁ ଛାଡ଼ି ୧୫ଟି ବଗି ରହିଗଲା ପଛରେ। ଖଡଗପୁର ଛାଡ଼ିବା ପରେ ରାତି ପ୍ରାୟ ଗୋଟାଏ ପାଖାପାଖି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ୧୨୮୩୭ ନମ୍ବର ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସର ଯାନ୍ତ୍ରିକ ତ୍ରୁଟି ପାଇଁ ଚଳନ୍ତା ଟ୍ରେନର କପ୍ ଲିଂଗ କାଟି ୩ ଟି ବଗି ଧରି ଆଗକୁ ପଳାଇଲା ଇଞ୍ଜିନ।

ସୂଚନାନୁଯାୟୀ , ଯାତ୍ରୀମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ବେଳେ ଅଫ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଳମ୍ବରେ ଚାଲିଲା ବହୁ ଟ୍ରେନ। ଦୀର୍ଘ ୭ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।

Related posts

ମହିଳାଙ୍କ ମୃତଦେହ ଉଦ୍ଧାର

mahabharatanews

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି ଓ ବସ୍‍ ସେବା

mahabharatanews

ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା

mahabharatanews