ଓଡିଶା

ଲାଇନଚୁତ୍ୟ ହେଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ

(ବାଲେଶ୍ଵର) :  ଲାଇନ୍ ଚୁତ୍ୟ ହେଲା ଅପ୍ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଓଡ଼ିଶା ସୀମା ପଶ୍ଚିମବଙ୍ଗ ନେକୁରସିନି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଇଞ୍ଜିନକୁ ଛାଡ଼ି ୧୫ଟି ବଗି ରହିଗଲା ପଛରେ। ଖଡଗପୁର ଛାଡ଼ିବା ପରେ ରାତି ପ୍ରାୟ ଗୋଟାଏ ପାଖାପାଖି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ୧୨୮୩୭ ନମ୍ବର ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସର ଯାନ୍ତ୍ରିକ ତ୍ରୁଟି ପାଇଁ ଚଳନ୍ତା ଟ୍ରେନର କପ୍ ଲିଂଗ କାଟି ୩ ଟି ବଗି ଧରି ଆଗକୁ ପଳାଇଲା ଇଞ୍ଜିନ।

ସୂଚନାନୁଯାୟୀ , ଯାତ୍ରୀମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ବେଳେ ଅଫ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଳମ୍ବରେ ଚାଲିଲା ବହୁ ଟ୍ରେନ। ଦୀର୍ଘ ୭ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।

Related posts

 ୨୪ ଘଣ୍ଟାରେ ରାଜ୍ୟରେ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ

mahabharatanews

ନଦୀରେ ବୁଡିଗଲେ ୨ ଯୁବକ

mahabharatanews

କଟକ କ୍ୟାନସର ହସ୍ପିଟାଲର ୨ ନର୍ସ କରୋନା ପଜିଟିଭ

mahabharatanews