(ଭୁବନେଶ୍ୱର) : ଦିନକୁ ଦିନ କରୋନା ଦୈନିକ ସଂକ୍ରମଣ ମାମଲାରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୩୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପରିକି ବର୍ତ୍ତମାନ ମାମଲା ସ୍ଥିର ରହିଛି । ଦୈନିକ ସଂକ୍ରମଣ ମାମଲା ତିନି ଶହ ପାଖାପାଖି ରହିଛି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି ।
ସୂଚନାନୁଯାୟୀ , ଏଥି ସହିତ ୫୭୧ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ପରେ ଦେଶରେ ସକ୍ରିୟ ମାମଲା ୪୭୦୯ରେ ପହଞ୍ଚିଛି । ଏହି ସମୟରେ ୨ ଜଣ କରୋନା ଆକ୍ରାନ୍ତଙ୍କ ଦେହାନ୍ତ ହୋଇଛି ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪୪୯ ୯୦୦୫୪ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪୪,୪୫୩୪୭୯ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ ୫ ୩୧୮୬୬ ରୋଗୀ ପ୍ରାଣ ହରାଇଛନ୍ତି ।