ଓଡିଶା

ପ୍ରଚଣ୍ଡ ଖରା: ହନ୍ତସନ୍ତ ହେଲେଣି ପଶ୍ଚିମ ଓଡ଼ିଶାବାସୀ

(ଭୁବନେଶ୍ୱର) : ରାଜ୍ୟରେ କାଳବୈଶାଖୀ ବର୍ଷା ସହ ପ୍ରଚଣ୍ଡ ଖରା, ତାତି ଜାରି ରହିଛି। ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା। ଗୁରୁବାର ଦିନ ରାଜ୍ୟ‌ର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରଠାରେ ୪୩.୪ଡିଗ୍ରି ରେକର୍ଡ ହୋଇଥିବା ବେଳେ ପଛକୁ ରହିଛି ଝାରସୁଗୁଡ଼ା ସହର।ପଶ୍ଚିମ ଓଡ଼ିଶା ତାତିରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ଅଧିକ ଯୋଗୁଁ ଗୁଳୁଗୁଳି ବଢ଼ିବାରେ ଲାଗିଛି।

ସୂଚନାନୁଯାୟୀ,  ହୀରାକୁଦରେ ୪୨.୬ ଡିଗ୍ରି, ସୋନପୁରରେ ୪୨.୪ ଡିଗ୍ରି, ବୌଦ୍ଧରେ ୪୨.୨ ଡିଗ୍ରି, ରାଉରକେଲାରେ ୪୧.୨ ଡିଗ୍ରି, ବରଗଡ଼, ଟିଟିଲାଗଡ଼, ବାରିପଦା ଓ ମାଲକାନଗିରିରେ ୪୧ ଡିଗ୍ରି, ଯାଜପୁରରେ ୪୦.୯ ଡିଗ୍ରି, ତାଳଚେରରେ ୪୦.୮ ଡିଗ୍ରି, ଭବାନୀପାଟଣା ଓ ଅନୁଗୁଳରେ ୪୦.୫ ଡିଗ୍ରି, ସୁନ୍ଦରଗଡ଼ରେ ୪୦.୨ ଡିଗ୍ରି, ନୂଆପଡ଼ାରେ ୪୦.୧ ଡିଗ୍ରି ଓ କେନ୍ଦୁଝରରେ ୪୦ ଡିଗ୍ରି ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି।

Related posts

ତାଳଚେର ଝିଅ ପିଙ୍କିନା ଓଜେଇଇରେ ଟପର୍

mahabharatanews

ସାବଧାନ ବୁଲୁଛି ମହାବଳ

mahabharatanews

କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews