ଭାରତ

ଆରପାରିରେ ଉପସ୍ଥାପିକା ଗୀତାଞ୍ଜଳି ଆୟାର

(ଦିଲ୍ଲୀ) : ଚାଲିଗଲେ ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ଇଂରାଜୀ ଖବର କାର୍ଯ୍ୟକ୍ରମର ଏଙ୍କ ର ଗୀତାଞ୍ଜଳି ଆୟାର । ଗତକାଲି ଅର୍ଥାତ ବୁଧବାର ସେ ପରଲୋକ ହୋଇଛନ୍ତି  ।  ଟିଭି ସାମ୍ବାଦିକତା କ୍ଷେତ୍ରରେ ସେ ଅନେକ ଖ୍ୟାତି ଅର୍ଜନ କରିଥିବା ସହ ଯୁବପିଢିଙ୍କ ପାଇଁ ଉଦାହରଣ ବନିଥିଲେ । ସାମ୍ବାଦିକତାରେ ଅନେକ ବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେ ତାଙ୍କର ୩ ଦଶନ୍ଧିର କାର୍ଯ୍ୟକାଳରେ ୪ ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ପୁରସ୍କାର ହାସଲ କରିଥିଲେ। ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି।

ସୂଚନାନୁଯାୟୀ , ଗୀତାଞ୍ଜଳିଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ୱଷ୍ଟ ସୂଚନା ମିଳିନି । ତେବେ ସେ କେଉଁ ରୋଗରେ ପୀଡିତ ଥିଲେ କିମ୍ବା ହଠାତ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନି ।

Related posts

ବିଶ୍ୱକପ୍ ୨୦୨୩ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ଟକ୍କର

mahabharatanews

ଇଣ୍ଡୋନେସିଆର ତିମୋର ଦ୍ବୀପରେ ଭୂକମ୍ପ

mahabharatanews

ଶିମଲାରେ ଭୂସ୍ଖଳନ ,୭୫୨ଟି ରାସ୍ତା ବନ୍ଦ

mahabharatanews