ଭାରତ

ଗଙ୍ଗାଜଳ ହେଲା କାଳ ; ୧୪ ବର୍ଷିୟ ପୁଅକୁ ଖାଇଗଲା କୁମ୍ଭୀର

(ପାଟଣା) : ଗଙ୍ଗାଜଳ ଆଣିବାକୁ ଯାଇଥିବା ଜଣେ ୧୪ ବର୍ଷିୟ ବାଳକକୁ ଖାଇଗଲା କୁମ୍ଭୀର । କିଣା ଯାଇଥିବା ନୂଆ ବାଇକ୍‌ ପୂଜା ନିମନ୍ତେ ଗଙ୍ଗାନଦୀରେ ଗାଧୋଇ ଗଙ୍ଗାଜଳ ଆଣିବାକୁ ଯାଇଥିବା ଜଣେ ୧୪ ବର୍ଷିୟ ବାଳକକୁ ଖାଇ ଦେଇଥିବା ଗୋଟାଏ କୁମ୍ଭୀରକୁ ଗ୍ରାମବାସୀମାନେ ନଦୀରୁ ଟାଣିଆଣିବା ପରେ ପିଟି ପିଟି ମାରି ପକାଇଥିବା କଥା ଏକ ରିପୋର୍ଟ କରିଛି।

ଅନ୍ୟପଟେ କୁମ୍ଭୀରଟି ଅଙ୍କିତକୁ ପାଣି ଭିତରକୁ ଟାଣି ନେଇ ଖଣ୍ଡିଆ ଖାବରା କରିପକାଇବାରୁ ତା’ର ମୃତ୍ୟୁ ଘଟିଲା  ପ୍ରାୟ ଏକ ଘଣ୍ଟାପରେ ନଦୀରୁ ଅଙ୍କିତର ଶବ ଉଦ୍ଧାର କରାଯାଇଥିଲା ବୋଲି ସେ କହିଛନ୍ତି।

ସୂଚନାନୁଯାୟୀ , ଘଟଣାଟି ଘଟିଛି ବିହାରର ହାଜିପୁର ଅନ୍ତର୍ଗତ ରାଘୋପୁର ଦିଆରାରେ  କୁମ୍ଭୀର ଆକ୍ରମଣରେ ମୃତ ୧୪ ବର୍ଷିୟ ବାଳକୁ ଅଙ୍କିତଙ୍କ ଜେଜେ ସକଳଦୀପ ଦାସ କହିଛନ୍ତି, ଘରକୁ ନୂଆ ମୋଟର୍‌ସାଇକେଲ୍‌ ଆସିଥିଲା। ମୋଟର୍‌ସାଇକେଲ୍‌ ପୂଜାରେ ପରିବାର ଲୋକଙ୍କ ସହିତ ସାମିଲ ହୋଇଥିଲା। ଖଲ୍‌ସା ଘାଟରେ ପରିବାର ଲୋକେ ପହଞ୍ଚିଥି ଗାଧୋଇବାକୁ ପ୍ରସ୍ତୁତି କରୁଥିଲେ। ଅଙ୍କିତ ଗଙ୍ଗାନଦୀରେ ବୁଡ଼ ପକାଇ  ମୋଟର୍‌ସାଇକେଲ୍‌ ପୂଜା ନିମନ୍ତେ ଗଙ୍ଗାଜଳ ଆଣିବାକୁ ଯାଇଥିଲା। ନଦୀରେ ହଠାତ୍‌ ଗୋଟାଏ କୁମ୍ଭୀର ତାକୁ ଆକ୍ରମଣ କରିଥିଲା।

Related posts

ଇନ୍‌ଷ୍ଟା ରିଲ୍‌ ଛାଡି  ବିବାଦରେ ଅଞ୍ଜଳି ଅରୋରା

mahabharatanews

ବଲିଉଡରେ ନଜର ଆସିବେ ଐଶ୍ୱର୍ଯ୍ୟା

mahabharatanews

୨୪ ଘଣ୍ଟାରେ ଦେଶରୁ ୨,୯୬୧ ସଂକ୍ରମିତ ଚିହ୍ନଟ

mahabharatanews