ଓଡିଶା

୧୯ରେ ନବଯୌବନ ଦର୍ଶନ, ସରିଲା ବୈଠକ

(ପୁରୀ) : ଦିନ ଯେତିକି ପାଖେଇ ଆସୁଛି ଧୀରେ ଧୀରେ କାଳିଆ ସୁସ୍ଥ ହୋଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମୁଖ ଦେଖାଇବ ବୋଲି ସଜ ହେଉଛି  । ଏହାରି ମଧ୍ୟରେ ଆସନ୍ତା ୧୯ରେ ଶ୍ରୀଜିଉମାନଙ୍କର ନବଯୌବନ ଦର୍ଶନ କରିବାର ଭକ୍ତମାନଙ୍କୁ ସୁଯୋଗ ମିଳିବ। ପାରମାଣିକ ଦର୍ଶନ ପାଇଁ ଏକ ଘଣ୍ଟା ସମୟ ରହିଛି। ଏହାପରେ ସର୍ବସାଧାରଣ ଦର୍ଶନ କରିପାରିବେ।

ସୂଚନାନୁଯାୟୀ ,  ଆଜି ଏସ୍‌ପି କେ ବିଶାଳ ସିଂହ ସିଂହଦ୍ବାରଠାରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ମାର୍ଗର ନିର୍ମାଣ ଦାୟିତ୍ବରେ ଥିବା ଓବିସିସିର ସାଧାରଣ ପରିଚାଳକ , ଭୁବନେଶ୍ବର କମିସନରେଟ୍‌ ପୁଲିସର ଡିସିପି(ଅପରାଧ), ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଡେପୁଟି କମାଣ୍ଡାଣ୍ଟ , ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ , ଗୃହରକ୍ଷୀ ବିଭାଗ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ , ସୁବେଦାର ପ୍ରମୁଖ ଉପସ୍ଥିତ ଥିଲେ।

Related posts

ମାସ ଶେଷ ବେଳକୁ ସୃଷ୍ଟି ହେବ ଏକ ଘୂର୍ଣ୍ଣିବଳୟ

mahabharatanews

ପୁରୀରେ ହେବ ୪୮ଟି ବିଦ୍ୟାଳୟ ଏବଂ ୩୫ଟି କଲେଜ

mahabharatanews

ମା’ ଭଗବତୀଙ୍କ ପୂଜା ମହୋତ୍ସବ ଉଦଯାପିତ ହୋଇଯାଇଛି

mahabharatanews