ମନୋରଞ୍ଜନ

କରଣ ଜୋହରଙ୍କୁ ବ୍ରିଟିଶ ସଂସଦ ତରଫରୁ ସମ୍ମାନିତ 

(ମୁମ୍ବାଇ): ବଲିଉଡ୍‌ ନିର୍ଦେଶକ କରଣ ଜୋହରଙ୍କୁ ୟୁନାଇଟେଡ୍ କିଙ୍ଗଡମ୍‌ର ସଂସଦ ତରଫରୁ ସମ୍ମାନିତ କରାଯାଇଛି। ବିଶ୍ବ ମନୋରଂଜନ ଶିଳ୍ପକୁ ବିଶେଷ ଅବଦାନ ପାଇଁ ବଲିଉଡ୍‌ ନିର୍ଦେଶକ କରଣ ଜୋହରଙ୍କୁ ୟୁନାଇଟେଡ୍ କିଙ୍ଗଡମ୍‌ର ସଂସଦ ତରଫରୁ ସମ୍ମାନିତ କରାଯାଇଛି।

ସୂଚନାନୁଯାୟୀ ,  ଭାରତୀୟ ମୂଳର ବ୍ରିଟିସ୍‌ ସାଂସଦ ବାରୋନେସ୍ ବର୍ମାଙ୍କ ଠାରୁ ସେ ଏହି ସମ୍ମାନ ଗ୍ରହଣ କରିଛନ୍ତି। କରଣ ନିଜେ ଏହି ସୂଚନା ପ୍ରଦାନ କରିବା ସହିତ ଏହାକୁ ତାଙ୍କ ଜୀବନର ଏକ ବିଶେଷ ଦିନ ରୂପେ ବ୍ୟାଖ୍ୟା କରିଛନ୍ତି। କରଣ ଏ ବର୍ଷ ସିନେନିର୍ମାତା ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୧୯୯୮ରେ ତାଙ୍କ ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘କୁଛ୍‌ କୁଛ୍‌ ହୋତା ହୈ’ ମୁକ୍ତିଲାଭ କରିଥିଲା। ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କୁ ନେଇ ସେ ନିର୍ମାଣ କରିଥିବା ‘ରକି ଔର୍ ରାଣୀ କୀ ପ୍ରେମ କାହାଣୀ’ ଆସନ୍ତା ଜୁଲାଇ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Related posts

ଭାଇ କହି ଆଦିଲଙ୍କ ସହ ରୋମାଣ୍ଟିକ୍ ମୁଡ଼ରେ ଶର୍ଲିନ୍

mahabharatanews

‘ଏହି କଥା ମୋ ଭାଇକୁ ବହୁତ ବାଧୁଥିଲା’ :ସୁଶାନ୍ତଙ୍କ ଭଉଣୀ  

mahabharatanews

ଭାଇରଲ ହେଲା କାଜଲଙ୍କ ଡିପ୍‌ଫେକ୍‌ ଭିଡିଓ

mahabharatanews