ବିଶ୍ୱ

ପ୍ୟାରିସରେ ପ୍ରଚଣ୍ଡ ବିସ୍ଫୋରଣ,୪ ଗୁରୁତର 

(ପ୍ୟାରିସ) : ପ୍ୟାରିସରେ ପ୍ରଚଣ୍ଡ ବିସ୍ଫୋରଣ । କେନ୍ଦ୍ରୀୟ ପ୍ୟାରିସର ପଞ୍ଚମ ଆରୋନଡିସମେଣ୍ଟ (ଜିଲ୍ଲା)ରେ ଥିବା ଭାଲ୍ ଡି ଗ୍ରେସରେ ଏକ  ପ୍ରଚଣ୍ଡ ବିସ୍ଫୋରଣ ଘଟିଛି । ଏହା ଫଳରେ ଆଖପାଖରେ ଥିବା ଆଉ କେତେକ କୋଠାରେ ନିଆଁ ଲାଗିଯାଇଛି । ବିସ୍ଫୋରଣ ଫଳରେ ଏକ କୋଠାର ସମ୍ମୁଖ ଭାଗ ଭୁଶୁଡ଼ି ପଡ଼ିଛି ।

ସୂଚନାନୁଯାୟୀ ,ଅପରାହ୍ନ ୫ଟା ପରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଏହା ଏକ ପ୍ରକାର ବିପର୍ଯ୍ୟୟ । ତେବେ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ।ଅଗ୍ନିକାଣ୍ଡ ଯୋଗୁଁ ଅତି କମରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Related posts

ଆତଙ୍କବାଦୀକୁ ଶକ୍ତି ଦେଉଛି ଚୀନ

mahabharatanews

 ଭୂକମ୍ପରେ ଥରିଲା ତାଇୱାନ୍

mahabharatanews

ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews