ଓଡିଶା

ଆରମ୍ଭ ହେଲା ଛେରା ପହଁରା 

(ପୁରୀ) : ନବମୀ ଦିନ ମା ମାଉସୀ ଘରେ ଶାନ୍ତି ରେ ବିତେଇଛନ୍ତି ଶ୍ରୀଜିଉ । ଜନ୍ମବେଦୀରେ ଲୀଳାଖେଳା ସାରି ଆଜି ସିଂହଦ୍ୱାରକୁ ବାହୁଡ଼ିବେ ମହାପ୍ରଭୁ ।  ଅପରାହ୍ନ ୪ଟାରେ ରଥଟଣା ହେବ । ଏଥି ଲାଗି ଆଡ଼ପମଣ୍ଡପରେ ବନ୍ଧା ସରିଲାଣି ଚାରମାଳ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ଶରଧାବାଲିରେ ପହଞ୍ଚିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆହରି ମଧ୍ୟରେ ପୂର୍ବନିର୍ଦ୍ଧାରିତ ସମୟାନୁଯାୟୀ ଛେରା ପହଁରା ଆରମ୍ଭ ହୋଇଛି  ।

ସୂଚନାନୁଯାୟୀ ,  ବାଟରେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇ , ଲକ୍ଷଲକ୍ଷ ଆର୍ତ୍ତିଙ୍କ ଆରତ ଦୂର କରି ମହାବାହୁ ବାହୁଡ଼ିବେ ।ମହାପ୍ରଭୁଙ୍କୁ ଶୀଘ୍ର ବାହୁଡ଼େଇ ନେବା ପାଇଁ ଚାଲିଛି ସଅଳ ନୀତିକାନ୍ତି । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ରହିଛି ତିନିରଥ । ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଆଜି ମଙ୍ଗଳାର୍ପଣ ସରିବା ପରେ ମଧ୍ୟାହ୍ନ 12 ଟାରୁ ଅପରାହ୍ନ 2.30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ । ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ତିନିଠାକୁର ରଥାରୁଢ଼ ହେବେ ।

Related posts

ଆଜି ରାଜ୍ୟରେ ୫ ଜଣଙ୍କ ମୃତ୍ୟୁ ହୋଇଛି

mahabharatanews

ସଟ ଡାଉନରେ କିଏ ଯିବେ କେମିତି

mahabharatanews

୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews