ଓଡିଶା

ଆସନ୍ତା ୨ ଓ ୩ତାରିଖରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) :  ରାଜ୍ୟରେ ମୌସୁମୀ ପ୍ରବେଶ କରିବା ସହ ଲଘୁଚାପ ସକ୍ରିୟ ହେବା ପରେ ବର୍ଷା ଲାଗି ରହିଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ମେଘୁଆ ପାଗ ରହିଥିବା ବେଳେ କଟକ, ଅନୁଗୁଳ, ଭଦ୍ରକ , ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଲରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି ।  ଆସନ୍ତା ୨ ଓ ୩ତାରିଖରେ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।

ସୂଚନାନୁଯାୟୀ ,  ଜୁନ୍ ୩୦ ପରେ ଆଉ ମିଳିବନି ମାଗଣା ରାସନ! ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି । ଚଳିତବର୍ଷର ସ୍ଥିତିକୁ ଦେଖିଲେ ସ୍ବାଭାବିକଠାରୁ ୧୨ ଦିନ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଥିଲା । ସେତେବେଳକୁ ନିଅଣ୍ଟିଆ ବର୍ଷା ପରିମାଣ ପାଖାପାଖି ୮୦ ୦% ରହିଥିଲା । ତେବେ ମୌସୁମୀ ଛୁଇଁବାର ୫ ଦିନରେ ଜୁନ୍‌ ମାସର ନିଅଣ୍ଟିଆ ବର୍ଷା ଭରଣା ହୋଇଛି ।

Related posts

ବିଦେଶି ମଦ ଜବତ ପରେ ପୁଲିସ୍ ମଦ ଫୋପାଡି ଦେଲା

mahabharatanews

ରାଜ୍ୟରେ ପୁଣି ୫୪୩ କରୋନା ପଜିଟିଭ ଚିହ୍ନଟ,୧୪ ହଜାର ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

୧୪, ୧୫, ୧୬ରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ

mahabharatanews