(ଭୁବନେଶ୍ୱର) : ରାଜ୍ୟରେ ଜୁନ ପରେ ଜୁଲାଇରେ ମଧ୍ୟ ନିଅଣ୍ଟିଆ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବ ସମ୍ଭାବନା ଥିବା ବେଳେ ୧୫ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ସୂଚନାନୁଯାୟୀ , ଆସନ୍ତା ୧୬ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ୧୭ ତାରିଖ ଦିନ ସାରା ଓଡ଼ିଶାରେ ବର୍ଷିପାରେ। ଜୁଲାଇ ଶେଷ ୨ ସପ୍ତାହରେ ଭଲ ବର୍ଷା ସମ୍ଭାବନା ଥିବାରୁ ନିଅଣ୍ଟିଆ ବର୍ଷାର ଭରଣା ହୋଇପାରେ ବୋଲି ଆଶା କରାଯାଇଛି।