(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସ୍ ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଲିଜନ୍ ଅଫ୍ ଅନର୍’ରେ ବିଭୂଷିତ କରାଯାଇଛି। ଗୁରୁବାର ରାତିରେ ‘ଏଲିଜି ପ୍ରାସାଦ’ରେ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି: ଆଜି ସନ୍ଧ୍ୟାରେ ‘ଏଲିଜି ପ୍ରାସାଦ’ରେ ମୋତେ ଆପ୍ୟାୟିତ କରିଥିବାରୁ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ ଓ ଶ୍ରୀମତୀ ମାକ୍ରୋନ୍ଙ୍କୁ ଧନ୍ୟବାଦ ଜଣାଉଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍ଚି ଏହି ସମ୍ମାନକୁ ଭାରତ–ଫ୍ରାନ୍ସ୍ ମୈତ୍ରୀର ନିବିଡ଼ ଆତ୍ମଚ୍ଛ୍ବାସ ବୋଲି ଅଭିହିତ କରିଛନ୍ତି।
ସୂଚନାନୁଯାୟୀ , ଏହି ସମ୍ମାନ ନିମନ୍ତେ ଭାରତବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରୋନ୍ଙ୍କୁ କୃତଜ୍ଞତା ଜଣାଇଥିଲେ। ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।