ଓଡିଶା

ମାର୍କେଟ ବିଲ୍ଡିଂ ବନ୍ଦ:  ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ଚେତାବନୀ

(ଭୁବନେଶ୍ୱର)  : ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀ ସମସ୍ୟାକୁ ନେଇ ଗତ ୫ଦିନ ଧରି ବଜାର ବନ୍ଦ ରଖିଛନ୍ତି ସ୍ଥାୟୀ ଦୋକାନୀ ବ୍ୟବସାୟୀ ସଂଘ । ମାର୍କେଟ୍ ଭିତରୁ ଉଠା ଦୋକାନ ହବଟାଇବାକୁ ଦୀର୍ଘ ଦିନ ହେବ ଦାବି କରିଆସୁ କରୁଥିଲେ ମଧ୍ୟ ବିଏମସି କୌଣସି ପଦକ୍ଷେପ ନ ନେବାରୁ ୫ଦିନ ହେବ ମାର୍କେଟ୍ ବନ୍ଦ ରହିଛି । ଏହା ପରେ ଆସନ୍ତା ୨ଦିନରେ ଏହାର ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍ ଚେତାବନୀ ଦେଇଛି ।

ସୂଚନାନୁଯାୟୀ , ଏହି ପ୍ରସଙ୍ଗରେ ମାର୍କେଟ ବିଲ୍ଡିଙ୍ଗ ବ୍ୟବସାୟୀ ସଂଘ ସହ ଅନ୍ୟାନ୍ୟ ବ୍ୟବସାୟୀ ସଂଘ ସାମିଲ ହୋଇ ଏକ ବୈଠକ କରିଛନ୍ତି । ଏହି ବୈଠକରେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନନେଲେ ଭୁବନେଶ୍ୱର ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଅଲ୍ ଓଡିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ଏପରିକି ଏହାପରେ ସଂଘ ପୁରା ରାଜ୍ୟକୁ ମଧ୍ୟ ବନ୍ଦ କରାଯିବା ନେଇ ଚେତାବନୀ ମଧ୍ୟ ଦେଇଛି ।

Related posts

ଯୁବକଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ

mahabharatanews

ସୀମା ଟପିଲା ତାପମାତ୍ରା ; ସମ୍ବଲପୁରରେ ପାରଦ ୪୬.୧ ଡିଗ୍ରି

mahabharatanews

୨୧ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି 

mahabharatanews