ଓଡିଶା

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି 

 (ପୁରୀ) : ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ବାସ୍ତବରେ ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଲାଗିରହିଥିଲା  । ଦତ୍ତମହାପାତ୍ର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା ପରେ ବନକଲାଗି ନୀତି କରିବାକୁ ନିଷ୍ପତ୍ତି ନିଆଯାଇଛି |

ସୂଚନାନୁଯାୟୀ , ଗୁରୁବାରରେ ବନକଲାଗି କରିବାକୁ ଦତ୍ତ ମହାପାତ୍ର ସେବକମାନେ ଜିଦ୍‌ ଧରିଥିଲେ । ଗୁରୁବାର ଏକାନ୍ତ ମାଜଣା ନୀତି ଥିବାରୁ ଏହି ଦିନ ବନକଲାଗି କଲେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଓ ଅଯଥା ନୀତି ବିଳମ୍ବ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିଲା। ଏଭଳି ସ୍ଥିତିରେ ଆଜି ଆଲୋଚନା ପରେ ଆସନ୍ତାକାଲି(ବୁଧବାର) ମହାପ୍ରଭୁଙ୍କ ବନକଲାଗି ନୀତି ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା |

Related posts

ତାତିର ପ୍ରଭାବ,୯ ସହରରେ ତାପମାତ୍ରା ୪୦ ଡିଗ୍ରି

mahabharatanews

ଖୋଲିଲା ଆଉ ୩ଟି ଗେଟ 

mahabharatanews

ବିଜିଗୋଳରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ଉଦ୍ ଯାପିତ

mahabharatanews