ଭାରତ

କେଦାରନାଥରେ ଭୂସ୍ଖଳନ; ୧୩ ଯାତ୍ରୀ ନିଖୋଜ 

(ଉତ୍ତରାଖଣ୍ଡ): କେଦାରନାଥରେ ଭୂସ୍ଖଳନ । ଗୁରୁବାର ରାତିରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଦେଇ ଯାଇଥିବା କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ ହେବାରୁ ପ୍ରାୟ ୧୩ଜଣ ଯାତ୍ରୀ ପୋତି ହୋଇ ଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ନିରବଚ୍ଛିନ୍ନ ପ୍ରବଳ ବର୍ଷା ସଙ୍ଗକୁ ପାହାଡ଼ ଉପରୁ ପଥରଖଣ୍ଡମାନ ଗଡ଼ି ଆସୁଥିବାରୁ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ସୂଚନା ମିଳିଛି । କିଛି ନେପାଳୀ ବ୍ୟକ୍ତି ମଧ୍ୟ ନିଖୋଜ ରହିଛନ୍ତି । କେତେ ଜଣ ନିଖୋଜ ବ୍ୟକ୍ତିଙ୍କ ନାଁ ମଧ୍ୟ ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ।

Related posts

ନାମାଙ୍କନ ଦାଖଲ କଲେ ମାରଗ୍ରାଣ୍ଟ ଆଲଭା

mahabharatanews

ତୃତୀୟ ଦିନରେ ଶୀତକାଳୀନ ଅଧିବେଶନ

mahabharatanews

ଆଉ ଅଳ୍ପ ସମୟ ମାତ୍ର, ହେଲିକପ୍ଟର୍‌ ପ୍ରସ୍ତୁତ

mahabharatanews