ଭାରତ

ନୁଆ ଲୋଗ ଉନ୍ମୋଚନ କଲା ଏୟାର ଇଣ୍ଡିଆ

 (ଦିଲ୍ଲୀ)  : ନୁଆ ଲୋଗ ଉନ୍ମୋଚନ କଲା ଏୟାର ଇଣ୍ଡିଆ । ଏଥିସହ ବହୁ କୋଟି ଡଲାରର ଚୁକ୍ତିରେ ୪୭୦ଟି ନୂତନ ବିମାନ କିଣିବା ସହିତ ଏହାର ଫ୍ଲିଟ୍‌ରେ ପରିବର୍ତ୍ତନ କରିବାକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି । ନୂଆ ଲୋଗୋରେ ପୂର୍ବଭଳି ଲାଲ୍‌ ଏବଂ ଧଳା ରହିଥିବା ବେଳେ ନୂଆ କରି ବାଇଗଣୀ ରଙ୍ଗକୁ ସ୍ଥାନ ଦିଆଯାଇଛି । ଏହି ନୂଆ ଲୋଗୋକୁ ‘ଦ ଭିଷ୍ଟା’ ନାମରେ ଜଣାଯିବ ।

ସୂଚନାନୁଯାୟୀ , ଏୟାରଲାଇନ ଏହା ସହ ବିମାନର ପୁଚ୍ଛର ନୂଆ ଡିଜାଇନର ଏବଂ ଥିମ୍‌ ସଙ୍ଗୀତ ମଧ୍ୟ ଲଞ୍ଚ କରିଛି । ‘ଦ ଭିଷ୍ଟା’ ଗୋଲ୍‌ଡ ୱିଣ୍ଡୋ ଫ୍ରେମର ଶୀର୍ଷରୁ ଅନୁପ୍ରାଣିତ, ଯାହା ଅସୀମ ସମ୍ଭାବନା, ପ୍ରଗତିଶୀଳତା ଏବଂ ଏୟାରଲାଇନ୍ସର ସାହସିକ ନୂତନ ଦୃଷ୍ଟିକୋଣକୁ ସୂଚିତ କରେ । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏୟାର ଇଣ୍ଡିଆର ପ୍ରଥମ ଏୟାରବସ୍‌ ଏ୩୫୦ ବିମାନ ଫ୍ଲିଟ୍‌ରେ ପ୍ରବେଶ କରିବା ପରେ ଯାତ୍ରୀମାନେ ନୂଆ ଲୋଗୋ ଦେଖିବେ।

Related posts

ପରଲୋକରେ କୋଟିପତି ମହମ୍ମଦ୍‌ ଅଲ୍‌-ଫୟଦ୍ 

mahabharatanews

ରାହୁଲଙ୍କୁ ମିଳିଲା ଜାମିନ

mahabharatanews

୨୩ରେ ଇଡି ପାଖରେ ହାଜର ହେବେ ସୋନିଆ ଗାନ୍ଧୀ

mahabharatanews