ଓଡିଶାଭାରତ

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

(ରାଉଲକେଲା) : ଗୋଟିଏ ପଟେ ଦେଶ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ନସ୍କଲମାନେ ପୁଣି ହିଂସାକାଣ୍ଡ ଘଟଣାଇଛନ୍ତି । ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ସଂଘବଦ୍ଧ ହୋଇ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳିବର୍ଷା କରିଛନ୍ତି। ନସ୍କଲଙ୍କ ଗୁଳିରେ ସୋମବାର ସନ୍ଧ୍ୟାରେ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର।

ସୂଚନା ଅନୁସାରେ,  ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ ନସ୍କଲବିରୋଧୀ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ନସ୍କଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ। ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ଦୁଇ ଯବାନ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ଦୁଇ ଯବାନଙ୍କ ସହିଦ ପରେ ଚାଇବସା କ୍ୟାମ୍ପରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।

Related posts

ରାଜଧାନୀରେ ଉଚ୍ଛେଦ ପ୍ରକିୟା ଆରମ୍ଭ

mahabharatanews

୫-ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ

mahabharatanews

ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

mahabharatanews