ମନୋରଞ୍ଜନ

ଚାରି ଛୁଆଙ୍କ ସହ ଜନ୍ମଦିନ ପାଳିଲେ ଅଭିନେତା ସୈଫ୍‌ ଖାନ

(ମୁମ୍ବାଇ) : ଧୂମଧାମରେ ପାଳନକଲେ ବଲିଉଡର ପ୍ରସିଦ୍ଧ ଅଭିନେତା ସୈଫ୍‌ ଖାନ ।  ଗତକାଲି (ଅଗଷ୍ଟ ୧୬) ତାରିଖରେ ତାଙ୍କର ୫୩ ତମ ଜନ୍ମଦିନକୁ ନିଜ ଘରେ ପାଳନ କରିଛନ୍ତି। ତାଙ୍କ ସହ ପତ୍ନୀ କରୀନା କପୁର ତାଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରା ଅଲି ଖାନ, ପୁଅ ଇବ୍ରାହିମ ଅଲି ଖାନ ଏବଂ ଦ୍ବିତୀୟ ପତ୍ନୀ କରୀନାଙ୍କ ଦୁଇ ପୁଅ ତୈମୁର୍‌ ଅଲି ଖାନ୍‌ ଓ ଜୈହ ଉପସ୍ଥିତ ଥିଲେ। ଯାହାର ଫୋଟୋ ଯାହା ଏବେ ଭାଇରାଲ ହେଉଛି।

ସୂଚନାନୁଯାୟୀ , ଫଟୋ ସେୟାର କରିବା ସହ କରୀନା କପୁର ଖାନ କ୍ୟାପସନରେ ସୈଫ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କରୀନାଙ୍କ ଏହି ପୋଷ୍ଟ୍‌କୁ ୫ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରି ସାରିଲେଣି।ସୈଫ୍‌ ପ୍ରଥମେ ଅମୃତା ସିଂଙ୍କୁ ୧୯୯୧ ମସିହାରେ ବିବାହ କରିଥିଲେ।

Related posts

ହାତକୁ ଦି ହାତ ହେଲେ ଟଲିଉଡ ଅଭିନେତା ସର୍ବାନନ୍ଦ

mahabharatanews

ଅଭିନେତା ମନସୁର ଅଲି ଖାନ୍ ଫେରାର 

mahabharatanews

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

mahabharatanews