(ଭୁବନେଶ୍ୱର) : ପରଲୋକରେ ଦେଶ ବାହାରେ ବି ରହିବାର ସବୁ ସୁବିଧାକୁ ତୁଚ୍ଛ କରି କଟକ ମାଟିକୁ ଛାଡି ନଥିବା ଜୟନ୍ତ । ୯୫ ବର୍ଷରେ ଅନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । କେବଳ ରାଜ୍ୟରେ ନୁହେଁ ଦେଶ ନୁହେଁ ବିଶ୍ବର ସାହିତ୍ୟ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ସୂଚନାନୁଯାୟୀ , ପ୍ରଫେସର ପ୍ରସାଦଙ୍କ ପରାମର୍ଶରେ ଜୟନ୍ତ ପ୍ରଜାତନ୍ତ୍ରରୁ ଇସ୍ତଫା ଦେଇ ପଦାର୍ଥ ବିଜ୍ଞାନ ଡେମନ୍ଷ୍ଟ୍ରେଟର ଭାବେ ମାସିକ ୧୨୫ଟଙ୍କାରେ ଚାକିରି କରିଥିଲେ। ପରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ ସେ ରେଭେନ୍ସା, ବିଜେବି, ଏଫ୍ଏମ୍ କଲେଜରେ କାର୍ଯ୍ୟ କରିଥିଲେ।