ଓଡିଶା

୨୬ଟି ଗେଟ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳ  

(ହୀରାକୁଦ) :  ଉପର ମୁଣ୍ଡରେ ପ୍ରବଳ ବର୍ଷା ‌ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍‌ର ୨୨ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ରହିଛି । ଜଳସ୍ଥର ନିୟନ୍ତ୍ରଣ ବାହାରକୁ ଯିବାରୁ ଆହୁରି ୪ଟି ଗେଟ୍‌ ଖୋଲି ଦିଆଯାଇଛି। ହୀରାକୁଦରେ ଏବେ ସମୁଦାୟ ୨୬ ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ବାମ ପଟରୁ ୧୬ଟି ଗେଟ୍‌ ଖୋଲା ଯାଇଥିବା ବେଳେ ଦକ୍ଷିଣ ପଟରୁ ୧୦ଟି ଗେଟ୍‌ ଖୋଲାଯାଇଛି।

ସୂଚନାନୁଯାୟୀ , ବୁଧବାର ୨ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍‌ରେ ପହଞ୍ଚିଥିଲା। ଗତକାଲି ପୁଣି ୮ଟି ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଉଥିଲା।

Related posts

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ବାମନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ଆଜି ବିଶ୍ଵ ହାତୀ ଦିବସ 

mahabharatanews