ଓଡିଶା

ସ୍କ୍ରବ୍ ଟାଇଫସ ଆତଙ୍କ; ସୁନ୍ଦରଗଡ଼ରୁ ପୁଣି ୭ ଚିହ୍ନଟ

(ସୁନ୍ଦରଗଡ଼) : ରାଜ୍ୟରେ ଡେଙ୍ଗୁ ପରେ ସ୍କ୍ରବ୍ – ଟାଇଫସ ବୃଦ୍ଧି ପାଇବାରେ ଲାଗିଛି ।ଏହାରି ମଧ୍ୟରେ ଦିନକରେ ସୁନ୍ଦରଗଡ଼ରେ ୭ ସ୍କ୍ରବ୍ – ଟାଇଫସ  ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟା ୨୦୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନାନୁଯାୟୀ, ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ।  ଏହା ସହ ସଂଖ୍ୟା୨୦୦ରେ ପହଞ୍ଚିଛି। କେବଳ ରାଜଗାଙ୍ଗପୁରର ଏକ ଘରୋଇ କ୍ଲିନିକରେ ୧୫୦ରୁ ଅଧିକ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି।

Related posts

ହନୁମାନପୁର ଗାଁ ଅତାବିରା ଆଦିବାସୀ ବସ୍ତିରୁ ମୋଦୀ ଅନ୍ନ ଯୋଜନାର ଶୁଭାରମ୍ଭ

mahabharatanews

ବିଶ୍ୱରେ ଭାଇରଲ ହେଇଥିବା କିଲି ପଲଙ୍କୁ ମରଣାତ୍ମକ ଆକ୍ରମଣ

mahabharatanews

ରୋଗୀଣା ପତ୍ନୀଙ୍କ ଚିକିତ୍ସା ପାଇଁ ଯିବା ବେଳେ ପୋଲିସ ମାଡରେ ଲହୁଲୁହାଣ ସ୍ୱାମୀ

mahabharatanews