ଭାରତ

 ଇନ୍ଧନ ଡିପୋରେ ବଡ଼ ଧରଣର ଅଗ୍ନିକାଣ୍ଡ , ୩୪ ମୃତ

(ନାଇଜେରିଆ) :  ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ପିଲା ମଧ୍ୟ ଅଛନ୍ତି ବୋଲି କୁହାଯାଉଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି ।

ସୂଚନାନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ହୋଇଥିଲା । ଏହି ଅଗ୍ନିକାଣ୍ଡ ଶନିବାର ରାତିରେ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ତୈଳ ଡିପୋରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ଘଟଣା ସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ମେଡିକାଲ ଟିମକୁ ନିୟୋଜିତ କରାଯାଇଥିଲା । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।

Related posts

କାଳୀ ପୋଷ୍ଟରର ବିବାଦରେ ଲୀନା ମଣି ସମେତ ୬ଜଣଙ୍କୁ ସମନ ପଠାଇଲେ ଦିଲ୍ଲୀ ହାଇକୋର୍ଟ

mahabharatanews

ଗୁଜୁରାଟ ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ସିଏସଆଇଆର ପ୍ରଥମ ମହିଳା ନିର୍ଦ୍ଦେଶକ ହେଲେ ନଲ୍ଲାଥମୀ କଲାଇସେଲବୀ

mahabharatanews