ଓଡିଶା

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

(ଭୁବନେଶ୍ୱର) :   ଆଜି ବି ଗୃହ ମୁଲତବୀ । ମୌସୁମୀ ଅଧିବେଶନର ଚତୁର୍ଥ ଦିନର ଆରମ୍ଭରୁ ଗୃହକାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଥିବା ବେଳେ ମଧ୍ୟାହ୍ନ ପରେ ଦେଖାଦେଇଛି ହଟ୍ଟଗୋଳ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ସହ ବିରୋଧୀ ଦଳ ନେତା ଅନ୍ୟ ଏକ ଅଭିଯୋଗ କରିବା ପରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଛି । ଏହା ପରେ ଅପରାହ୍ନ ୪ ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ସେ କହିଛନ୍ତି, ”ବିରୋଧୀ ଦଳ ଭାବେ ବିବୃତି ମାଗିନଥିଲୁ । କିନ୍ତୁ ନିଜ ଆଡୁ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ୫ -ଟି ସଚିବଙ୍କୁ ଘଣ୍ଟ ଘୋଡାଇବା ପାଇଁ ବିବୃତି ରଖିଥିଲେ ଏବଂ ବିରୋଧୀମାନଙ୍କୁ ଜନବିରୋଧୀ କହିଥିଲେ ।

Related posts

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ :୭୪୧ ପଜିଟିଭ୍ ଚିହ୍ନଟ

mahabharatanews

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ମଣ୍ଡଳ ପାଳନ କଲା ୭୭ ତମ ସାଧାରଣତନ୍ତ୍ର ଦିବସ

mahabharatanews

ଚନ୍ଦ୍ରଭାଗାରେ ବିଚିତ୍ର ଫାଉଣ୍ଡେସନର ସଫେଇ କାର୍ଯ୍ୟକ୍ରମ

mahabharatanews