ଭାରତ

ଏର୍ନାକୁଲାମରେ ଭୟଙ୍କର ବିସ୍ଫୋରଣ

(କେରଳ) : ସମ୍ମିଳନୀ କକ୍ଷରେ ବୋମା ବିସ୍ପୋରଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର ଏର୍ନାକୁଲାମରେ । ତେବେ ଏହି ଭୟଙ୍କର ବିସ୍ଫୋରଣରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି ।

ସୂଚନାନୁସାରେ, ଉଭୟ ବିସ୍ଫୋରଣ ୫ -୧୦  ସେକେଣ୍ଡ ମଧ୍ୟରେ ଘଟିଥିଲା । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି  ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ ଯେ ଏହା ଏକ ବୋମା ବିସ୍ଫୋରଣ ଥିଲା ନା ଅନ୍ୟ କିଛି । ଗୋଟିଏ ପରେ ଗୋଟିଏ ଲଗାତାର ଦୁଇଟି ବିସ୍ଫୋରଣ ହୋଇଛି । ଏହା ଏକ ଆତଙ୍କବାଦୀ ଆକ୍ରମଣ । ବମ୍ ସ୍କ୍ୱାଡ୍ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ଆସିଷ୍ଟାଣ୍ଟ କମିଶନର ବେବି ପିଭି କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ -୨୫  ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି ।

Related posts

ଝାରଖଣ୍ଡ ମନ୍ତ୍ରୀଙ୍କ ସଚିବଙ୍କ ଘରେ ଇଡି ଚଢ଼ାଉ

mahabharatanews

ବାୟୁ ଖରାପ ସ୍ତରରେ ରେକର୍ଡ କଲା ଦିଲ୍ଲୀ 

mahabharatanews

ଖୁବଶୀଘ୍ର ବାହାରିବେ ୪୧ ଶ୍ରମିକ , ଆମ୍ବୁଲାନ୍ସ  ନିୟୋଜିତ 

mahabharatanews