ମନୋରଞ୍ଜନ

ହାତକୁ ଦି ହାତ ହେଲେ ବରୁଣ-ଲାବନ୍ୟା

(ମୁମ୍ବାଇ) : ଇଟାଲୀରେ ହାତକୁ ଦି ହାତ ହେଲେ ବରୁଣ-ଲାବନ୍ୟା। କିଛି ଦିନ ହେଲାଣି ସାଉଥ ଷ୍ଟାର ବରୁଣ ତେଜଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁନ୍ ୯ରେ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀଙ୍କ ସହ ନିର୍ବନ୍ଧ କରିଥିଲେ ବରୁଣ। ନିର୍ବନ୍ଧ ସରିବା ପରେ ନଭେମ୍ବର ୧ରେ ଦୁହେଁ ଇଟାଲୀରେ ବିବାହ କରିଛନ୍ତି । ଉଭୟଙ୍କ ପରିବାରର ଉପସ୍ଥିତିରେ ବରୁଣ ଓ ଲାବନ୍ୟା ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ସୂଚନାନୁଯାୟୀ , ବରୁଣ ଫଟୋ ସେୟାର କରିବା ପରେ ବିଭିନ୍ନ କଳାକାର ଦୁହିଁଙ୍କୁ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ବିବାହରେ ସୁପରଷ୍ଟାର ରାମଚରଣ, ଅଲ୍ଲୁ ଅର୍ଜୁନ, ଚିରଞ୍ଜିବି, ପବନ କଲ୍ୟାଣ, ସାଇ ଧରମ ତେଜ୍, ଅଲ୍ଲୁ ସିରିଶ, ବୈଷ୍ଣବ ତେଜ୍ ଏବଂ ନିତିନ ସାମିଲ ହୋଇଥିବା ଦେଖାଯାଇଛି। ତେବେ ବରୁଣ ତେଜ ଏବଂ ଲାବନ୍ୟା ତ୍ରିପାଠୀ ୨୦୧୬ରେ ଫିଲ୍ମ ‘ମିଷ୍ଟର’ର ସୁଟିଂ ସେଟରେ ପରସ୍ପରକୁ ଭେଟିଥିଲେ(ଯାହା ୨୦୧୭ରେ ମୁକ୍ତିଲାଭ କରିଥିଲା)। ଦୁହେଁ ଏହି ଫିଲ୍ମର ସୁଟିଂ ସମୟରେ ପରସ୍ପର ସହ ବନ୍ଧୁତା କରିଥିବା ବେଳେ ପରେ ଏହା ଭଲପାଇବାରେ ପରିଣତ ହୋଇଥିଲା।

Related posts

ଭାଇଙ୍କ ଫିଲ୍ମ ‘ଗଦର-୨’ ପ୍ରମୋସନ କରି ଚର୍ଚାରେ ଈଶା ଦେଓଲ

mahabharatanews

ଆରପାରିରେ ତାମିଲ ଅଭିନେତା ମନୋବାଲା

mahabharatanews

‘ଇଣ୍ତିଆନ୍ସ ପୋଲିସ୍ ଫୋର୍ସ’ ର ଟ୍ରେଲର ରିଲିଜ୍

mahabharatanews