ଭାରତ

ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ

(ଛତିଶଗଡ଼) : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଛି । ଗୋଟିଏ ପଟେ ଲୋକମାନେ ଉତ୍ସାହର ସହ ଭୋଟ ଦେଉଥିବାବେଳେ ଅନ୍ୟପଟେ ସୁକମା ଓ କୋଙ୍କର ଜଙ୍ଗଲରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଚାଲିଛି ।

ସୂଚନାନୁଯାୟୀ\, ଛତିଶଗଡର କାଙ୍କେର ଜିଲ୍ଲାର ବାନ୍ଦେ ଥାନା ଅଞ୍ଚଳରେ ନକ୍ସଲ ଓ ବିଏସଏଫ ଓ ଡିଆରଜିର ଏକ ଟିମ୍ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ଏକେ-୪୭ ଜବତ କରାଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିରେ ୬ ନକ୍ସଲ ନିହତ ହୋଇଛନ୍ତି ବୋଲି ଛତିଶଗଡ଼ ପୁଲିସ କହିଛି। ଏହା ସହିତ ୨ ଯବାନ ଆହତ ହୋଇଛନ୍ତି । କାଙ୍କେର ଏସପି ଦିବ୍ୟାଙ୍ଗ ପଟେଲ ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି। କାଙ୍କେରରେ ନକ୍ସଲମାନେ ଏକେ-୪୭ ରାଇଫଲ ମଧ୍ୟ ବ୍ୟବହାର କରିଛନ୍ତି।

Related posts

କୁକୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

mahabharatanews

ଉଠିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍

mahabharatanews

ଆଜି ହେବ ପରୀକ୍ଷା ପେ ଚର୍ଚ୍ଚା

mahabharatanews