ମନୋରଞ୍ଜନ

ପ୍ଲାଷ୍ଟିକ ସର୍ଜରୀ ସମୟରେ ଆଖି ବୁଜିଲେ ମଡେଲ

(ଦିଲ୍ଲୀ) : ପ୍ଲାଷ୍ଟିକ ସର୍ଜରୀ ନେଲା ଜଣେ ୨୯ ବର୍ଷୀୟ ମଡେଲଙ୍କ ଜୀବନ। ବ୍ରାଜିଲିଆନ ମଡେଲ ଲୁନା ଜଣେ ଲୋକପ୍ରିୟ ମଡେଲ ଏବଂ ଅଭିନେତ୍ରୀ ଥିଲେ। ପ୍ଲାଷ୍ଟିକ ସର୍ଜରୀ ସମୟରେ ଅଭିନେତ୍ରୀ ଥରେ ନୁହେଁ ଚାରିଥର ହୃଦଘାତର ଶିକାର ହୋଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ ,  ସାଓ ପାଉଲୋ ନିବାସୀ ଲୁଆନା ଆଣ୍ଡ୍ରାଡେ ଲିପୋସେକ୍ସନ୍ ସର୍ଜରୀ କରାଉଥିଲେ। ଲିପୋସେକ୍ସନ୍ ହେଉଛି ଏକ କସମେଟିକ୍ ସର୍ଜରୀ। ଏହି ସର୍ଜରୀ ବେଳେ ଲୁଆନାଙ୍କର ହୃଦଘାତ ହୋଇଥିଲା। ହୃଦଘାତ ହେବା ଦେଖି ଡାକ୍ତର ସର୍ଜରୀ ବନ୍ଦ କରିଥିଲେ ଓ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ହେଲେ ଲଗାତାର ୪ଥର ହୃଦଘାତ ହେବାରୁ ତାଙ୍କର ଦେହାନ୍ତ ହୋଇଯାଇଛି ।

Related posts

ସାମ୍ନାକୁ ଆସିଲା  ଧୋନିଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ଏଲ୍‌‌ଜିଏମ୍‌’

mahabharatanews

ଲୋକସଭା ନିର୍ବାଚନ ଲଢ଼ିବେ କଙ୍ଗନା

mahabharatanews

ନକଲି କିଙ୍ଗ୍ ଖାନଙ୍କୁ ଦେଖି  ହସି ହସି ବେଦମ ଭାଇଜାନ  

mahabharatanews