ମନୋରଞ୍ଜନ

ମାଧୁରୀ ଦୀକ୍ଷିତ ‘ସ୍ୱତନ୍ତ୍ର ପରିଚୟ ସୃଷ୍ଟି ‘ ପାଇଁ ପୁରସ୍କୃତ

(ମୁମ୍ବାଇ) : ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ   ।  ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି’ ପାଇଁ ପୁରସ୍କୃତ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଆଜି ଗୋଆର ପାନାଜୀଠାରେ ଆୟୋଜିତ ୫୪ତମ ଆଇଏଫ୍ଏଫ୍ଆଇର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ଘୋଷଣା କରିଛନ୍ତି ।

ସୂଚନାନୁଯାୟୀ , କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଦୀର୍ଘ ଦିନ ଧରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ମାଧୁରୀ ଦୀକ୍ଷିତ ଅସାଧାରଣ ଦକ୍ଷତା ବଳରେ ଚାରି ଦଶନ୍ଧି ଧରି ଅତୁଳନୀୟ ପ୍ରତିଭା ସହିତ ଆମ ପରଦାର ଶୋଭା ବଢାଇ‌ ଆସିଛନ୍ତି ।” ଗୋଟିଏ ଟ୍ରାକରେ ତିନୋଟି ଟ୍ରେନ୍; ଅଳ୍ପକେ ଟଳିଲା ବଡ ଦୁର୍ଘଟଣା ବିବିଧ ଚରିତ୍ରକୁ ଜୀବନ୍ତ କରିବାର ତାଙ୍କର ଦକ୍ଷତା ପିଢୀ ପରେ ପିଢୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି।

Related posts

ଦର୍ଶକଙ୍କୁ ପସନ୍ଦ ଆସୁଛି ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ 

mahabharatanews

ପରଲୋକରେ ନିର୍ଦ୍ଦେଶକ ଦିବ୍ୟାଙ୍କ ମା 

mahabharatanews

ଜୀବନ ହାରିଲେ ବଲିଉଡ ଲୋକପ୍ରିୟ ଆର୍ଟ ଡାଇରେକ୍ଟର ନୀତିନ ଦେଶାଇ

mahabharatanews