ଭାରତ

ଟ୍ରେନରେ ଖାଦ୍ୟ ଖାଇ ଅଚାନକ ୪୦ ଯାତ୍ରୀ ଅସୁସ୍ଥ 

(ଚେନ୍ନାଇ) : ଟ୍ରେନରେ ଖାଦ୍ୟ ଖାଇ  ୪୦ ଜଣ ଯାତ୍ରୀ ଅସୁସ୍ଥ । ଏଭଳି ଏକ ଅଭାବନୀୟ ଘଟନ ଦେଖବାକୁ ମିଳିଛି  ଚେନ୍ନାଇରୁ ପୁଣେ ଯାଉଥିବା ଭାରତ ଗୌରବ ଟ୍ରେନରେ  ।  ଯାତ୍ରା କରୁଥିବା ୪୦ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ବିଗିଡିଯାଇଥିବା ନେଇ ସୂଚନା ରହିଛି । ସମସ୍ତ ଯାତ୍ରୀ ଫୁଡ୍ ପଏଜନର ଶିକାର ହୋଇଛନ୍ତି । ଅସୁସ୍ଥ ବ୍ୟକ୍ତି ମାନେ ତୁରନ୍ତ ଏନେଇ ଟ୍ରେନ୍ କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ଅବସ୍ଥା ବିଷୟରେ ଜଣାଇଥିଲେ ଯାହା ପରେ ପୁଣେ ରେଳ ପ୍ରଶାସନର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା ।

ସୂଚନାନୁଯାୟୀ , ଏହି ଟ୍ରେନ୍ ମଧ୍ୟରାତ୍ରିରେ ପୁଣେ ରେଳ ଷ୍ଟେସନରେ ପହଞ୍ଚିବା ପରେ ରେଳ କର୍ମଚାରୀ ଏବଂ ସେସନ୍ ହସ୍ପିଟାଲର ଡାକ୍ତରୀ ବିଶେଷଜ୍ଞଙ୍କ ଏକ ଟିମ୍ ନିୟୋଜିତ କରାଯାଇଥିଲା। ଯାତ୍ରୀମାନଙ୍କୁ ତୁରନ୍ତ ରେଳ ଷ୍ଟେସନରେ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା ଏବଂ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ।  ଏହି ଘଟଣା ପରେ ବର୍ତ୍ତମାନ ରେଳ ଖାଦ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related posts

ଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନ

mahabharatanews

୨୦୨୪ ନିର୍ବାଚନ ଲାଗି ବିଜେପିର ମାନସ ମନ୍ଥନ

mahabharatanews

ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews