(ଦିଲ୍ଲୀ)ଆସନ୍ତାକାଲି ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଫିନଟେକ୍ର ଏକ ବିଶ୍ୱସ୍ତରୀୟ ବିଚାର ନେତୃତ୍ୱ ମଂଚ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ । ଇନଫିନିଟି ଫୋରମ୍ର ଦ୍ୱିତୀୟ ସଂସ୍କରଣର ଆୟୋଜନ ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ୍ ସମିଟ ୨୦୨୪ର ଅଗ୍ରଦୂତ କାର୍ଯ୍ୟକ୍ରମ ରୂପରେ ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍ଏସ୍ସିଏ) ଏବଂ ଜିଆଇଏଫ୍ଟି ସିଟିର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଛି ।
ସୂଚନାନୁଯାୟୀ ,ଏହି ଫୋରମ ଏକ ଏମିତି ମଂଚ ପ୍ରଦାନ କରେ, ଯେଉଁଠାରେ ସମଗ୍ର ବିଶ୍ୱର ପ୍ରଗତିଶୀଳ ଚିନ୍ତାଧାରା, ଜଟିଳ ସମସ୍ୟା, ଅଭିନବ ଜ୍ଞାନକୌଶଳ ଆବିଷ୍କାର, ଆଲୋଚନା ଏବଂ ସମାଧାନ ଏବଂ ସୁଯୋଗରେ ବିକଶିତ ହୁଏ । ଏହି ମଂଚରେ ଆମେରିକା, ବ୍ରିଟେନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ସମେତ ୨୦ରୁ ଅଧିକ ଦେଶରେ ଭାରତ ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ଦୃଢ଼ ଅନଲାଇନ୍ ଅଂଶଗ୍ରହଣ ସହିତ ୩୦୦ରୁ ଅଧିକ ସିଏକ୍ସଓ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ବିଦେଶୀ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଦେଶୀ ଦୂତାବାସର ପ୍ରତିନିଧିମାନେ ଯୋଗ ଦେବେ ।