ଭାରତ

ଭାରତରେ ୧୪୮ନୂଆ କରୋନା ମାମଲା ଚିହ୍ନଟ 

(ଦିଲ୍ଲୀ) : କରୋନା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରକ ପାଲଟିଛି  । ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟର କାରଣ ସାଜିଥିବା କରୋନା ଭାଇରସ ପୁଣି ଚିନ୍ତା ବଢାଉଛି । ଶୀତଦିନ ଆରମ୍ଭ ହେବା ସହିତ ଭାରତରେ କରୋନା ଭାଇରସ ସଂକ୍ରମଣର ନୂଆ ମାମଲା ଦେଖାଦେଇଛି । ଭାରତରେ ପୁଣି ବୃଦ୍ଧି ପାଉଛି କରୋନା ମାମଲା ।

ସୂଚନାନୁଯାୟୀ ,ଗୋଟିଏ ଦିନରେ ଭାରତରେ ୧୪୮ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଶନିବାର (୯ ଡିସେମ୍ବର) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି । ସକାଳ ୮ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୮୦୮ କୁ ବୃଦ୍ଧି ପାଇଛି ଯାହା ଚିନ୍ତାଜନକ । ଅନ୍ୟପଟେ ଚାଇନାରେ ଏକ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିବାରେ ଲାଗିଛି ଏବଂ ଦେଶରେ ମଧ୍ୟ ଏହାକ ଅନେକ ମାମଲା ମଧ୍ୟ ଦେଖିବାକୁ ମିଳିଛି ଏନେଇ କେନ୍ଦ୍ର ପକ୍ଷରୁ ପୂର୍ବରୁ ଏକ ସତର୍କ ସୂଚନା ଜାରି କରିଛି ।

Related posts

୩୦ ବର୍ଷର ଶିକ୍ଷକତାରେ ୬୦ ଛାତ୍ରୀଙ୍କୁ ଦୁର୍ବ୍ୟବହାରର ଅବସର ପରେ ହେଲା ଖୁଲାସା

mahabharatanews

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର

mahabharatanews

‘ଅନୁପ୍ରବେଶକାରୀ’କୁ ଏଭଳି କହିଲେ ମୋଦି

mahabharatanews