ଓଡିଶା

ବଢୁଛି ହାତୀ ମୃତ୍ୟୁ ସଂଖ୍ୟା : ଶିମିଳିପାଳରେ ଏକ ମୃତଦେହ ଠାବ  

(ଶିମିଳିପାଳ) : ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ହାତୀ ମୃତ୍ୟୁ ସଂଖ୍ୟା  । ଏହି କ୍ରମରେ ଶିମିଳିପାଳ ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି । ଅଭୟାରଣ୍ୟର କବାଟଘାଇ ଅଞ୍ଚଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଛି ।

ସୂଚନାନୁଯାୟୀ , ନଭେମ୍ବର ୨୨ ତାରିଖରେ ମଧ୍ୟ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର କରିଥିଲା ବନବିଭାଗ । ମୃତହାତୀର ଦାନ୍ତ କେହି କାଟି ନେଇଥିବା ସନ୍ଦେହ କରାଯାଇଥିଲା । ତେବେ ମୃତ ଦନ୍ତାହାତୀର ବୟସ ୨୦ରୁ ୨୨ ବର୍ଷ ଥିଲା । ପ୍ରାଥମିକ ତଦନ୍ତରୁ ଆନ୍ଥାକ୍ସ ରୋଗରେ ହାତୀର ମୃତ୍ୟୁ ହୋଇଥିବା ନେଇ ସଂନ୍ଦେହ କରାଯାଉଛି । ବନ ବିଭାଗ ତଦନ୍ତ ଆରମ୍ଭ କରି କରିବା ସହ ମୃତ ହାତୀର ରକ୍ତ ନମୁନା ସଂଗ୍ରହ କରାଯାଇଛି ।

Related posts

ଆହୁରି ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

mahabharatanews

୧୫ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜରେ ପାଠପଢ଼ା ବନ୍ଦ

mahabharatanews